ବ୍ରହ୍ମଗିରି : ଶୀତ ବଢ଼ିବା ସହ ଦୂର ଅଞ୍ଚଳର ଲୋକେ ବ୍ରହ୍ମଗିରି ଓ ଏହାର ଆଖପାଖ ଚିଲିକା ସଂଲଗ୍ନ ପର୍ଯ୍ୟଟନସ୍ଥଳୀମୁହାଁ ହେଲେଣି। ପର୍ଯ୍ୟଟନସ୍ଥଳୀଗୁଡ଼ିକ ପର୍ଯ୍ୟଟକଙ୍କ ଗହଳିରେ ଚହଳିରେ ଚଳଚଞ୍ଚଳ ହେଲାଣି। କିନ୍ତୁ ଗତ ମେ ମାସର ପ୍ରଳୟଙ୍କରୀ ବାତ୍ୟାର କ୍ଷତ ଏହି ପର୍ଯ୍ୟଟନସ୍ଥଳୀଗୁଡ଼କରେ ସେମିତି ସତେଜ ରହିଛି। ବାତ୍ୟାକୁ ସାତ ମାସ ବିତି ଗଲାଣି। କିନ୍ତୁ ଏଠି ଭିତ୍ତିଭୂମି ଅସଜଡ଼ା ହୋଇ ପଡ଼ିଛି। ଫଳରେ ପର୍ଯଟକ ଆସୁଛନ୍ତି ସତ, କିନ୍ତୁ ମନଭରି ଉପଭୋଗ କରି ପାରୁ ନାହାନ୍ତି। ଏହି ଅଞ୍ଚଳର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ରାଜ୍ୟ ସରକାରଙ୍କ ପର୍ଯ୍ୟଟନସ୍ଥଳୀରେ ସ୍ବତନ୍ତ୍ର ମାନ୍ୟତା ପାଇଛି। ଏଠାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ। ପ୍ରାକୃତିକ ମନୋରମ ପରିବେଶରେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପୁରୀ ଠାରୁ ସାତପଡ଼ା ଆସିବା ବାଟରେ କାଠୁଆଆରେଡି ଛକ ଠାରୁ ମାତ୍ର ୫ କିଲୋମିଟର ଯିବା ପରେ ଏହି ପୀଠ ପଡିଥାଏ। ଯିବା ପାଇଁ ପକ୍କା ଏବଂ ଭଲ ରାସ୍ତା ରହିଛି। ଏଠାରେ ନଦୀ ମୁହାଣ ଓ ସାଗର ବେଳାଭୂମି ବଣଭୋଜି ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ। ଗତ ଫନି ବାତ୍ୟାରେ ବାଲିହରଚଣ୍ଡୀ ପୀଠ ଚାରିପଟେ ଥିବା ସବୁଜିମା ଛାରଖାର ହୋଇ ଯାଇଛି। ଏବେ ସବୁଜିମା କିଛି ମାତ୍ରାରେ ଫେରିଥିଲେ ବି ଭିତ୍ତିଭୂମି ଅସଜଡ଼ା ହୋଇ ପଡ଼ିଛି। ପୀଠ ପରିସରରେ ହାଇମାଷ୍ଟ ଲାଇଟ ସେମିତି ଭାଙ୍ଗି ପଡିଥିବାବେଳେ ବନ ବିଭାଗ ପକ୍ଷରୁ ନିର୍ମିତ ସୁଲଭ ଶୈାଚାଳୟ ନଷ୍ଟ ହୋଇ ପଡିଛି। ଶୌଚାଳୟ ପାଖରେ ଥିବା ନଳକୂପ ବି ଭାଙ୍ଗି ପଡିଛି।
ବାତ୍ୟା ଫନିର ସାତ ମାସ ପରେ ବି ସୁଧୁରିନି ପର୍ଯ୍ୟଟନସ୍ଥଳୀ, ବାଲିହରଚଣ୍ଡୀରେ ଏବେ ବି ଭିତ୍ତିଭୂମି ଅସଜଡ଼ା
/sambad/media/post_attachments/wp-content/uploads/2019/12/baliharchandi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)