ନଭେମ୍ବର ୧୨ରୁ ଐତିହାସିକ କଟକ ବାଲିଯାତ୍ରା: ଏଥର ଚାଲିବ ୮ ଦିନ

କଟକ: ଏଥର ୮ ଦିନ ଧରି ଚାଲିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ବାଲିଯାତ୍ରାକୁ ବିଶ୍ବଦରବାରରେ ପହଞ୍ଚାଇବା ଯୋଜନାରେ ଏଥର ତହସିଲ ହାତରୁ ଦାୟିତ୍ବ କାଢି ନିଆଯାଇ ଜିଲ୍ଲା ସ˚ସ୍କୃତି ପରିଷଦ ହାତରେ ଦେଇ ଦିଆଯାଇଛି। ତଳ ବାଲିଯାତ୍ରା ପଡିଆର ଅଧିକାର ଆଉ ତହସିଲ ହାତରେ ନରହି ଜିଲ୍ଲା ସଂସ୍କୃତି ପରିଷଦ ହାତରେ ରହିବ।

ଆଜି ଜିଲ୍ଲାପାଳଙ୍କ ନୂତନ ସଦ୍ଭାବନା ସଭାଗୃହରେ ବାଲିଯାତ୍ରା ବୈଠକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ନିଷ୍ପତ୍ତି ସଂପର୍କରେ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଓ ୫-ଟି ଆଧାରରେ ଜିଲ୍ଲାରେ ସମ୍ପୃକ୍ତ ସମସ୍ତ ବିଭାଗ ସହିତ ସମନ୍ବୟ ରକ୍ଷାକରି ଏକ ନୂଆ ରୂପରେଖରେ ବାଲିଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସରସ ସୁନ୍ଦର ଭାବେ ଆୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଯାତ୍ରାର ଆଠଦିନ ପୂର୍ବରୁ ଷ୍ଟଲ ଆବଣ୍ଟନ ନିମନ୍ତେ ରେଜିଷ୍ଟ୍ରେସନ୍‌ କରାଯିବ। ଏ ନେଇ କିଛି ପାଉଣା ମଧ୍ୟ ନିଆଯିବ। ଫଳରେ ପ୍ରଥମରୁ ‌ପଂଜୀକରଣ କରାଗଲେ ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳରେ ଗୋଟିଏ ସାମଗ୍ରୀର ଷ୍ଟଲ୍‌କୁ ଏକାଠି ରଖାଯିବ। ଏହା ଦ୍ବାରା ଲୋକଙ୍କୁ କିଣାବିକା କରିବା ସହଜ ହେବ। ଷ୍ଟଲ୍‌ ପାଇଁ ଆବେଦନ କରିବାକୁ ଦୁଇଟି ସ୍ଥାନରେ ବ୍ୟବସ୍ଥା ରହିବ କିନ୍ତୁ ଷ୍ଟଲ୍‌ ଆବଣ୍ଟନ ପାଇଁ କେବେଠାରୁ କ୍ୟାମ୍ପ ଖୋଲାଯିବ ସେ ସଂପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ, ଶ୍ରୀକାନ୍ତ ତରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ , କଟକ ସଦର ଉପ ଜିଲ୍ଲାପାଳ ଶୁଭ୍ରା˚ଶୁ ମିଶ୍ରଙ୍କ ସମେତ ସଦର ତହସିଲଦାର, ଜିଲ୍ଲା ସ˚ସ୍କୃତି ଅଧିକାରୀ ଓ ସ˚ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅ˚ଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର