କୋଭିଡ୍ ସ୍ଥିତିକୁ ନଜରରେ ରଖି କଟକରେ ଏଥର ହେବନି ବାଲିଯାତ୍ରା: କଟକ ଜିଲ୍ଲାପାଳ

କଟକ : ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ। କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇ ଏକଥା କହିଛନ୍ତି । ଏଥିସହ ସାମୁହିକ ଭାବେ ବୋଇତ ବନ୍ଦାଣକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଏବର୍ଷ ବଡ଼ଓଷା ଓ ପଞ୍ଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

ସମ୍ବନ୍ଧିତ ଖବର