କଟକ: ଚଳିତବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା। କୋଭିଡ ମହାମାରୀ ପାଇଁ ଗତ ୨ ବର୍ଷ ଧରି ବନ୍ଦ ଥିବା କଟକ ବାଲିଯାତ୍ରା ଏଥର ହେବାକୁ ଯାଉଛି ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ। କୋରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଇଛି। ସୂଚନା ଅନୁଯାୟୀ, କଟକରେ ପୁଣି ହେବ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ପୂର୍ବପରି ଚଳିତବର୍ଷ ମଧ୍ୟ ବାଲିଯାତ୍ରାର ମଜା ନେବେ ଲୋକେ। କରୋନା ପରେ ପ୍ରଥମ ଥର ପାଇଁ କଟକରେ ହେବ ପ୍ରସିଦ୍ଧ ବାଲିଯାତ୍ରା।
କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିଆରଡିଏ ପିଡିଙ୍କୁ ବାଲିଯାତ୍ରାର ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଚୟିନୀ। କୋଭିଡ଼ ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେବ ବନ୍ଦ ଥିଲା କଟକ ବାଲିଯାତ୍ରା। ହେଲେ ଏବେ କରୋନା ସଂକ୍ରମଣରେ ନିୟନ୍ତ୍ରଣ ନୁହେଁ ବରଂ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଥିବା ଯୋଗୁଁ ଚଳିତବର୍ଷ ବାଲିଯାତ୍ର ହେବା ନେଇ ଗ୍ରୀନ ସିଗନାଲ ଦେଲେ ଜିଲ୍ଲାପାଳ।
ଏହାଛଡା ଗତ କାଲି କଟକ ବାରବାଟୀ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଲୋକଙ୍କୁ ନେଇ ମ୍ୟାଚ୍ ଆୟୋଜନ ହେବା ପରେ ବାଲିଯାତ୍ରା ବାବଦରେ ବଡ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ବାଲିଯାତ୍ରାରେ କ’ଣ କଟକଣା ରଖାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପଟେ ବାଲିଯାତ୍ରା ହେବା ନେଇ ସୂଚନା ମିଳିବା ପରେ ସାଧାରଣ ଲୋକଙ୍କ ମନରେ ଖୁସିର ଲହର ଖେଳିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Balijatra_cuttack.jpg)