ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରର ଏପି ଟନେଲ୍ ଗେଟ୍ ବନ୍ଦ ହେଉନି। ଏହି କାରଣରୁ ଆନ୍ଧ୍ରକୁ ଅନବରତ ଭାବେ ପାଣି ପ୍ରବାହିତ ହେଉଛି। ତେଣୁ ଜଳ ଭଣ୍ଡାର ଏବେ ଶୁଖିବାକୁ ଯାଉଛି। ଏହି ସଂକଟର ମୁକାବିଲା କରିବାକୁ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ମିଳିତ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଛି। ବାଲିମେଳା ଜଳଭଣ୍ଡାରର ସଂକଟଜନକ ସ୍ଥିତିର ମୁକାବିଲା ପାଇଁ ପ୍ରତିମାସରେ ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳଭଣ୍ଡାରରୁ ଅଧିକା ୩.୫ ଟିଏମ୍ସି ଜଳ ଛାଡ଼ିବାକୁ ଯୋଜନା ହୋଇଛି। ଆସନ୍ତା ଜୁନ୍ ମାସ ମଧ୍ୟରେ ମାଛକୁଣ୍ଡ ଜଳଭଣ୍ଡାରରୁ ଅଧିକା ୨୪ ଟିଏମ୍ସି ଜଳ ଛଡ଼ାଯିବ। ଏଥିପାଇଁ ମାଛକୁଣ୍ଡ ପ୍ରକଳ୍ପ କର୍ତ୍ତୃପକ୍ଷ ରାଜି ହୋଇଥିବା ଜଣାପଡିଛି। ମାଛକୁଣ୍ଡରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ପ୍ରତିମାସରେ ୨.୫ ଟିଏମ୍ସି ଜଳ ଆବଶ୍ୟକ ପଡୁଛି। ଜୁନ୍ ମାସ ପରେ ବର୍ଷା ହେଲେ ଜଳ ସଂକଟ ଦୂର ହେବ ବୋଲି ଆଶା କରି ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏପି ଟନେଲ୍ ଗେଟ୍ ଖୋଲିବା ପରେ ଏହା ବନ୍ଦ ନହେବାରୁ ବାଲିମେଳା ଜଳଭଣ୍ଡାର ଦେଇ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଖରାଦିନେ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ସାଂଘାତିକ ସ୍ଥିତି ଉପୁଜିବ ବୋଲି କୁହାଯାଉଛି।
ବାଲିମେଳା ଡ୍ୟାମ୍ରେ ଜଳସଂକଟ ଗୁରୁତର
ମାଛକୁଣ୍ଡ ଜଳଭଣ୍ଡାରରୁ ଜୁନ୍ ସୁଦ୍ଧା ଛଡ଼ାଯିବ ଅଧିକ ୨୪ ଟିଏମ୍ସି ଜଳ
/sambad/media/post_attachments/wp-content/uploads/2018/03/Balimela_Dam1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)