ବାଲିମେଳା ଜଳଭଣ୍ଡାର ପାଣି ଅପଚୟ ଘଟଣା : ଚାଲିଛି ମରାମତି, ଅଟକିନି ପାଣି

ମାଲକାନଗିରି : ବାଲିମେଳା ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ବିବାଦ ଲାଗି ରହିଛି। ତେବେ ବିଭାଗୀୟ ଅଧିକାରୀ ପାଣି ଅପଚୟକୁ ରୋକିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଆନ୍ଧ୍ର ପ୍ରତିଦିନ ୨୫କ୍ୟୁସେକ ଜଳ ଆବଶ୍ୟକ ହେଉଥିବା ଦାବି କରିଛି। ଆନ୍ଧ୍ର ଜଳ ସଂପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏସ.ମୋହନ ରାଓଙ୍କ କହିବା ଅନୁଯାୟୀ ଗେଟ ଅଚଳ ସମୟରେ ଆନ୍ଧ୍ରକୁ ଆସିଥିବା ପାଣିର ଅପବ୍ୟବହାର ହୋଇନାହିଁ। ବାଲିମେଳା ଜଳଭଣ୍ଡାର ଜଳପତ୍ତନ କମୁଥିବା ବେଳେ ମାଛକୁଣ୍ଡରୁ ଜଳ ଛଡାଯାଇ ଏହାର ଭରଣା କରାଯାଉଛି। ୫୦ ପ୍ରତିଶତ ହିସାବରେ ଆମକୁ ଆଉ ୩ଟିଏମସି ପାଣି ଓଡ଼ିଶା ଦେବାକୁ ବାକି ଅଛି। ଆବଶ୍ୟକ ପଡିଲେ ଆହୁରି ଅଧିକା ପାଣି ନେବୁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରାଓ ପ୍ରକାଶ କରିଛନ୍ତି। ଗେଟ ମରାମତି ସାଂଗକୁ ପାଣି ରୋକିବା ଦ୍ୱାରା ଗତ ସପ୍ତାହରେ ଯେତିକି ପାଣି ଯାଉଥିଲା ତାର ୭୦ପ୍ରତିଶତ ପାଣି କମିଯାଇଛି। ଗେଟ ମରାମତି ଯୋଗୁଁ ଜଳସ୍ତର କମିଥିବାରୁ ୱାଟର ବଡି ବୈଠକ ପରେ ହିଁ ଆନ୍ଧ୍ରକୁ କେତେ କ୍ୟୁସେକ ପାଣି ଛଡାଯିବ ନିଷ୍ପତ୍ତି ନିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର