ଭୁବନେଶ୍ବର: କଟକରେ ବର୍ଷ ବର୍ଷଧରି ଆୟୋଜିତ ହୋଇଥିବା ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା | ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ନଗର ଉନ୍ନୟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯିବ ଆର୍ଥିକ ସହାୟତା ଦିଆଯିବ ବୋଲି ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ,ଆଗାମୀ ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଛି। ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି।
/sambad/media/post_attachments/wp-content/uploads/2019/10/bali-1.jpg)
ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା। ବାଲିଯାତ୍ରା ସର୍ବାଧିକ ୮ଦିନ ଆୟୋଜନର ରେକର୍ଡ ଥିଲେ ବି ଗତ ବର୍ଷ ପ୍ରତିବର୍ଷ ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ ତାହା ଏଥର ସମ୍ଭବପର ହୋଇନଥିବା ଜଣାଯାଇଛି। ଫଳରେ ଏଥର ମାତ୍ର ୮ଦିନ ଯାଏଁ ଚାଲିବ କଟକର ଏହି ଐତିହାସକ ବାଲିଯାତ୍ରା। ଏଠାରେ ଏବର୍ଷ ବି ଲୋକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/pratap-jena6.jpg)