ଭୁବନେଶ୍ବର : ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି । ଭୁବନେଶ୍ବର ବିମାନବନ୍ଦରରେ ଏସବୁ ସାମଗ୍ରୀ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ନିଆଯାଇଛି ।
୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସୌଧର ପ୍ରଥମ ମହଲାରେ ଥିବା ରୁମ ନଂ୫୪ରେ ଭୋଟ ଗ୍ରହଣ ହେବ । ଓଡ଼ିଶା ବିଧାନସଭାର ନିର୍ବାଚିତ ସଦସ୍ୟମାନେ ୧୮ ତାରିଖ ଦିନ ୧୦ଟାରୁ ସଂଧ୍ୟା ୫ଟା ମଧ୍ୟରେ ଆସି ଭୋଟ ଦେଇପାରିବେ । ଯଦି କୌଣସି ସାଂସଦ ଓ ଅନ୍ୟ ରାଜ୍ୟର ବିଧାୟକ ଏଠାରେ ଭୋଟ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥିପାଇଁ ଭାରତର ନିର୍ବାଚନ କମିଶନଙ୍କ ଅନୁମତି ନେବାକୁ ହେବ । ଭୋଟ ଦେବା ପୂର୍ବରୁ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ଅନୁପତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇବାକୁ ହେବ ।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/balot-box.jpg)