ବ୍ରହ୍ମଗିରିରେ ଚାଞ୍ଚଲ୍ୟ: ବୁଥରେ ପଶି ବାଲାଟ୍ ବକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ମତଦାନ ଜାରି ରହିଥିବା ବେଳେ ଏକ ଅଘଟଣ ଘଟିଛି। ବ୍ରହ୍ମଗିରିର ଚାପମାଣିକ ପଞ୍ଚାୟତର କାଶୀଝରିଆ ଗାଁର ୯ ନଂ ବୁଥରେ ଦୁର୍ବୃତ୍ତ ବାଲାଟ୍ ବକ୍ସ ଉଠାଇନେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ଲୋକ ବୁଥ୍ ଭିତରକୁ ଭୋଟ୍ ଦେବା ଲାଗି ଆସି ହଠାତ୍ ବାଲାଟ୍ ବକ୍ସ ଉଠାଇନେଇଥିଲେ। ସେ ଏହାକୁ ନେଇ ବାହାରକୁ ଫିଙ୍ଗି ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଦୁର୍ବୃତ୍ତ ବାଲାଟ୍ ବକ୍ସ ଉଠାଇନେଇ ପଳାଇଲେ। ଦୁର୍ବୃତ୍ତମାନେ ବାଲାଟ୍ ବକ୍ସକୁ ସାଙ୍ଗରେ ଧରି ନିକଟସ୍ଥ ଜଙ୍ଗଲ ଭିତରକୁ  ଉଠାଇନେଇଥିବା କୁହାଯାଉଛି। ଏହିକାରଣରୁ କାଶୀଝରିଆ ଗାଁର ୯ ନଂ ବୁଥରେ ମତଦାନ ପ୍ରକ୍ରିୟା ବନ୍ଦ ରହିଛି। ଏହି ଘଟଣା କେବଳ ବ୍ରହ୍ମଗିରିରେ ନୁହେଁ, ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା ଘଟଥିବାର ଖବର ମିଳିଛି। ଏଠାରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଗୁରୁତର ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ୍ ନଂ-୮ରେ ଆଜି ସକାଳେ ମତଦାନ ଚାଲିଥିବା ବେଳେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର