ବାଲୁଖଣ୍ଡର ଅକାଳ ମୃତ୍ୟୁ : ‘ଫନି’ ମାଡ଼ରେ ଅଭୟାରଣ୍ୟ ଧ୍ବସ୍ତ, ଉଜୁଡ଼ିଯାଇଛି ଲକ୍ଷ ଲକ୍ଷ କାଜୁ, ଝାଉଁ ଗଛ

କୁଆଡ଼େ ଗଲେ ହରିଣ, ହେଟାବାଘ, ଝିଙ୍କ, ‌ଠେକୁଆ

(କୋଣାର୍କରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ), ପୁରୀରୁ କୋଣାର୍କ ସାମୁଦ୍ରିକ ବେଳାଭୂମି ମାର୍ଗରେ ଗଲାବେଳେ ନିୟମିତ ବ୍ୟବଧାନରେ ଜଙ୍ଗଲ ଓ ପରିବେଶ ବିଭାଗ ଏକ ଖୁଣ୍ଟ ଲଗାଇ ସତର୍କ କରାଇ େଦଇଛନ୍ତି, ଏହା ହରିଣମାନଙ୍କର ଗତାଗତ ଅଞ୍ଚଳ। ଦୟାକରି ଯାନବାହନ ଧୀରେ ଚଲାନ୍ତୁ।

ଜଙ୍ଗଲ ଓ ପରିବେଶ ବିଭାଗର ଏଭଳି ସୂଚନା ପଛର ବାସ୍ତବତା େହଲା, ପ୍ରତି ମାସରେ ୫ରୁ ୧୦ ହରିଣ ଏହି ରାସ୍ତାରେ ଦୁର୍ଘଟଣା ସାମ୍ନା କରନ୍ତି, କିଛି ପ୍ରାଣ ହରାନ୍ତି।

ଆଜି ଆମେ ଏହି ମାର୍ଗରେ ଗଲାବେଳେ ଏମିତି କିଛି ସତର୍କତା ଅବଲମ୍ବନ କରିବାର ବିେଶଷ ପ୍ରୟୋଜନ ନଥିଲା। କାରଣ, ହରିଣ ଦୁର୍ଘଟଣା ସାମ୍ନା କରିବାର ସାମାନ୍ୟ ସମ୍ଭାବନା ଦେଖୁନଥିଲୁ। ଆଖ ପାଖକୁ ଆସିବାର ବି। ରାସ୍ତାର ଉଭୟ ପାର୍ଶ୍ବ, ଯାହାକୁ ବାଲୁଖଣ୍ଡ ଅଭୟାରଣ୍ୟ େବାଲି କୁହାଯାଉଛି, ସେଠାରେ ସେମାନେ ଆଉ ଅଛନ୍ତି ନା ନାହିଁ, ତାହା ମଧ୍ୟ ଆମକୁ ଦ୍ବନ୍ଦ୍ବରେ ପକାଉଥିଲା। ସ୍ଥାନୀୟ ଅଞ୍ଚଳର େଲାକମାନେ ଆମ ସହ ସ୍ବର ମିଳାଇବା ବେଳେ ଏଭଳି ଆଶଙ୍କାକୁ ଏଡାଇ ପାରିନଥିଲେ।

ଗତ ୩ ତାରିଖ ଦିନ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଏଠାରେ ମାଡ଼ ହେବା (ସ୍ଥଳଭାଗକୁ ଛୁଇଁବା) ପରେ ଏଭଳି ବିତ୍ପାତ ଘଟାଇଛି, ଯାହାକୁ ଆଖିରେ ନ େଦଖିଲେ କେହି ପୂରା ଚିତ୍ରକୁ ଅନୁମାନ ଲଗାଇପାରିବେ ନାହିଁ। ବାତ୍ୟାର ଉଗ୍ର ରୂପ ଦେଖିଥିବା ରାଜଧାନୀବାସୀ ଏବେ େଯତିକି ଆତଙ୍କିତ ହୋଇପଡିଛନ୍ତି, ତା ଠାରୁ େଢର୍ ଗୁଣ ଅଧିକ ହୃଦୟକୁ ଖିନ୍ ଭିନ୍ କରିଦେବା ଭଳି ଦୃଶ୍ୟ ଏହି ରାସ୍ତାରେ ଦେଖିବାକୁ ମିଳୁଛି।

କିଛି ଗବେଷକଙ୍କର କହିବା କଥା, ୧୯୧୬-୧୭ ବେଳକୁ ଏଠାରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆରମ୍ଭ େହାଇଥିଲା। ୧୯୮୪ ମସିହାରେ କିନ୍ତୁ ଏହାକୁ ଅଭୟାରଣ୍ୟର ମାନ୍ୟତା ଦେଇଥିଲେ ସରକାର। ପୁରୀ ସହରରୁ ୩ କିେଲାମିଟର ଦୂରରେ ଏହି ଅଭୟାରଣ୍ୟର ସୀମା। ସରକାରୀ ରେକର୍ଡ କହୁଛି, ବାଲୁଖଣ୍ଡ ଅଭୟାରଣ୍ୟ ଆରମ୍ଭ ଏଇଠୁ। କିଛି ସ୍ଥାନରେ ଉଲ୍ଲେଖ ରହିଛି, ଏହି ଅଭୟାରଣ୍ୟର ଆକାର ୭୧.୭୧ ବର୍ଗ କିେଲାମିଟର। କିନ୍ତୁ ଜଙ୍ଗଲ ନ ଛିଡି ବଢିଥିବା କାରଣରୁ ଏହାର ଆୟତନ ଇତିମଧ୍ୟରେ ୮୭ ବର୍ଗ କିେଲାମିଟର ଛୁଇଁଥିବା ବିଭାଗର ଜଣେ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

ବାତ୍ୟାର ଭୟାବହତା ମାପିବାକୁ ଆମେ ଆଜି ଏ ଅଞ୍ଚଳକୁ ଯାଇଥିଲୁ। ଏଇଥିପାଇଁ େଯ ମଣିଷ ଓ ତାର ଆବଶ୍ୟକତାକୁ ସଜାଡୁ ସଜାଡୁ ପ୍ରକୃତି େଯମିତି ବିଗିଡି ନଯାଉ।

ଛାତି ଥରାଇଦେବା ଭଳି ଦୃଶ୍ୟଟି ଥିଲା, ଏଠାରେ ଭୁବନେଶ୍ବର ବା ପୁରୀ ସହରର ଗାଁ ଗଣ୍ଡା ଭଳି ଶହେ ଦୁଇଶହ କିମ୍ବା ହଜାରେ ଦୁଇ ହଜାର ନୁହେଁ, ଲକ୍ଷାଧିକ ସଂଖ୍ୟାରେ ଗଛ ଭାଙ୍ଗିରୁଜି ଯାଇଛି, ଉପୁଡି ପଡିଛି। ବାତ୍ୟା ପୂର୍ବରୁ ଏହି ରାସ୍ତାରେ ଯିବା ବେଳେ ମନେ େହଉଥିଲା େଯମିତି ସବୁଜ ବଳୟର ଗୁମ୍ଫା (ରାସ୍ତାରେ ଦୁଇ ପାଖରେ ଥିବା ଗଛ ଅତ୍ୟନ୍ତ ଘଞ୍ଚ ଥିଲା ଓ ଉଭୟ ପାର୍ଶ୍ବର ବୃକ୍ଷର ଶୀର୍ଷ େଯାଡି େହାଇରହିଥିଲେ) ଭିତରେ ଆମେ ଆଗକୁ ବଢୁ। ଆଜି କିନ୍ତୁ ଏସବୁ କିଛି ନଥିଲା। ସବୁଜ ବଳୟ ଚିରି ସୂର୍ଯ୍ୟଙ୍କ ପ୍ରଖର କିରଣ ରାସ୍ତାର ପିଚୁକୁ ତରଳାଇ ଦେଉଥିଲା। ତାତିର ପ୍ରଚଣ୍ଡତା ବେଶ୍ ଅନୁଭବ େହଉଥିଲା, ଯେମିତିକି ବର୍ଷ ବର୍ଷ ଧରି ଏମିତି ଏକ ମୁହୂର୍ତକୁ ଅପେକ୍ଷା କରି ରହିଥିଲେ ସୂର୍ଯ୍ୟ ଦେବତା।

ଏହି ଅଭୟାରଣ୍ୟ ଏକପ୍ରକାର ଉଜୁଡିଯାଇଛି େବାଲି କୁହାଯାଇପାରେ। କାଜୁ ଜଙ୍ଗଲ ମାଟିରେ େଶାଇଛି। ଝାଉଁ ଗଛ ଭାଙ୍ଗି ଗଡ ଗଡ େହାଇ ପଡିଛି। ୟୁକାଲିପଟାସ ଠାରୁ ନିମ୍ବ ଯାଏ େଯତେସବୁ ଗଛ, ୭୦ ଭାଗରୁ ଅଧିକ ବାତ୍ୟା ମୁହଁରେ ପଡି ଛାରଖାର େହାଇଯାଇଛି। ପୂର୍ବରୁ ଏହି ରାସ୍ତା ଦେଇ ଗଲା ବେଳେ ଗଛର ବଳୟ ଭିତରେ ଆରପାର୍ଶ୍ବରେ ଥିବା ସମୁଦ୍ର େଦଖାଯାଏ ନାହିଁ। ଏବେ କିନ୍ତୁ େବଳାଭୂମି େଯମିତି ମୁକୁଳା, ଜଙ୍ଗଲ ବି ସେମିତି ରାଜସ୍ଥାନର ମରୁଭୂମି ଭଳି ଭ୍ରମ ସୃଷ୍ଟି କରୁଛି।

ଆଲୋଡନ ସୃଷ୍ଟି କରିବା ଭଳି କଥାଟି େହଉଛି, ଯାହାର ସୁରକ୍ଷା ପାଇଁ ଏହି ରାସ୍ତାରେ ସରକାରଙ୍କ ପକ୍ଷରୁ ଏତେ ସବୁ କଟକଣା କରାଯାଇଥିଲା, େସମାନେ (ହରିଣ, କୁଟରା, ଠେକୁଆ, ହେଟା ବାଘ, ଝିଙ୍କ) ଏଠାେର ଅଛନ୍ତି କି ନାହିଁ, ତାହା କେହି କହିପାରୁନାହାନ୍ତି। ଜଙ୍ଗଲ େଯହେତୁ ଉଜୁଡି ଯାଇଛି, ଏମାନେ ରହିବେ ବି କେଉଁଠି?

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କଥାକୁ ବିଶ୍ବାସ କରାଗଲେ, ଏହି ଜଙ୍ଗଲରେ ପ୍ରାୟ ୫୧୦୦ ହରିଣ ଥିଲେ। ଏବେ ୫ଟି ହରିଣ ଦିଶୁନାହାନ୍ତି। ଅଧିକାରୀଜଣକ କହିଥିଲେ, େସମାନେ ନିକଟସ୍ଥ ଗାଁକୁ ଚାଲିଯାଇଥାଇପାରନ୍ତି। ଅଥବା ଜଙ୍ଗଲର େଶଷ ଭାଗରେ ରହିବା ସମ୍ଭାବନା ବି ଅଧିକ। ସେମାନଙ୍କ ମନ୍ତବ୍ୟ ଆମକୁ କିଛି ସମୟ ପାଇଁ ଆଶ୍ବାସନା େଦଉଥିଲା, ହେଲେ କିଛି ସମୟପରେ ବିଚଳିତ କରିଥିଲା। କାରଣ, ବାତ୍ୟାର ୯ଦିନ ପରେ ବି ସମୁଦାୟ ଜଙ୍ଗଲ ସ୍ଥିତି ଅନୁଧ୍ୟାନ କରାଯାଇପାରିନାହିଁ କିମ୍ବା ବିଭାଗର ଶୀର୍ଷସ୍ତରରେ ଥିବା ବଡ଼ ବାବୁମାନେ ଏହି ଅଭୟାରଣ୍ୟକୁ ଟିକିଏ ଆଖିପୂରାଇ ଦେଖିବା ଲାଗି ଆଗ୍ରହ ଦେଖାଇନାହାନ୍ତି। କେତେ ଗଛ ଭାଙ୍ଗିଲା ତାର ସଠିକ୍ ହିସାବ କେଉଁଠୁ ଆସିବ?

ଏହି ଅଭୟାରଣ୍ୟ ଉଜୁଡିଯିବା ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ଦେଲାଣି। କାରଣ, ଏହି ଜଙ୍ଗଲ ସହିତ ପୁରୀର ତାଳବଣିଆ ଅଞ୍ଚଳରେ ମଧୁର ଜଳ ଗଚ୍ଛିତ େହାଇ ରହିବା ପ୍ରସଙ୍ଗଟି ଜଡିତ। ବିଶାଳ ବାଲୁଖଣ୍ଡ ଅଭୟାରଣ୍ୟ କାରଣରୁ ଏଠାରେ ମଧୁର ଜଳ ଚାର୍ଜ େହାଇ ରହୁଥିଲା। ଏବେ ଉଜୁଡା ଜଙ୍ଗଲକୁ ଯଦି ତୁରନ୍ତ ସଜଡା ନଯାଏ, ତେବେ ପୁରୀରେ ପିଇବା ପାଣି ସମସ୍ୟାକୁ ତ ବହୁଗୁଣିତ କରିବ, ଏହି କାରଣରୁ ପର୍ଯ୍ୟଟନ ଶିଳ୍ପ ଭୁଶୁଡିଯାଇପାରେ। ସୁନାମୀ ଆଦିକୁ େରାକିବା ଦିଗରେ ସମୁଦ୍ର କୂଳରେ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏଭଳି ଏକ ବିପତ୍ତି ପୁରୀ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି କରିପାରେ। ସମୁଦ୍ର ମୃତ୍ତିକା କ୍ଷୟ କରି ଆଗକୁ ବଢି କେତେବେଳେ ବେଳାଭୂମି ମାର୍ଗକୁ େଯ ଗିଳିନଦେବ, ସେ କାଥ କିଏ କହିବ? ଭବିଷ୍ୟତରେ ବିଶ୍ବପ୍ରସିଦ୍ଧ େକାଣାର୍କକୁ େଯ ବିପଦ ନ ବଢିବ, ସେ କଥା ମଧ୍ୟ ଟାଳି େହବ ନାହିଁ।

କେବଳ ସେତିକି ନୁେହଁ, ଅଭୟାରଣ୍ୟ ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୫ହଜାରରୁ ଅଧିକ ପରିବାରର ଭବିଷ୍ୟତ ମଧ୍ୟ ଉଜୁଡିଯାଇଛି। ଏମାନଙ୍କ କଥା କିଏ ବୁଝିବ?

ବିଜୁଳି, େଯାଗାେଯାଗ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଥିବା ମୁଖ୍ୟମନ୍ତ୍ରୀ, ସରକାରୀ କଳ ଓ ପ୍ରଶାସନର ଦୃଷ୍ଟି ଆଜି ଯାଏ ଏହା ଉପରେ ପଡିଥିବା ମନେ ହେଉନାହିଁ। ବର୍ଷା ଋତୁ ପୂର୍ବରୁ ଯଦି ଅଭୟାରଣ୍ୟକୁ ସଜାଡିବା କାର୍ଯ୍ୟରେ ସରକାର ମନୋନିବେଶ ନ କରନ୍ତି, ତେବେ ପ୍ରକୃତି ବିଗିଡିଯାଇପାରେ।

ସମ୍ବନ୍ଧିତ ଖବର