ଦେବଗଡ଼: ବାମଣ୍ଡା କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୩୨ତମ ବାମଣ୍ଡା କପ୍ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀରେ ବ୍ଲୁ ଡାଇମଣ୍ଡ ବରଗଡ଼ ବନାମ କେନ୍ଦୁଝର ଏକାଦଶ ମଧ୍ୟରେ ଟ୍ୱେଣ୍ଟି -୨୦ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦୁଝର ଦଳ ୭ ୱିକେଟ୍ରେ ବରଗଡ଼ ଦଳକୁ ପରାସ୍ତ କରିଥିଲା। ବରଗଡ଼ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭର ୯ ୱିକେଟ୍ ହରାଇ ୧୪୫ରନ କରିଥିଲା। ବରଗଡ଼ ଦଳର ନିହାର ରଞ୍ଜନ ବେହେରା ସର୍ବାଧିକ ୪୧ ରନ୍ ଓ ଅକ୍ଷୟ ଦଣ୍ଡସେନା ୩୧ ରନ୍ କରିଥିଲେ। କେନ୍ଦୁଝର ଦଳର ରତିକାନ୍ତ ମହାନ୍ତ ୩, ଜୀବନ ଜେନା ଓ ସାଇ ସୁବ୍ରତ ଜେନା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ। ଏହାର ଜବାବରେ କେନ୍ଦୁଝର ଦଳ ୧୭.୩ ଓଭରରେ ୩ଟି ୱିକେଟ୍ ହରାଇ ୧୪୮ ରନ କରି ବିଜୟୀ ହୋଇଥିଲା। ଦଳର ସୌରଭ ସ୍ୱୟଂ ପ୍ରକାଶ ସର୍ବାଧିକ ୩୮ ରନ୍, ବିଟୁ ଠାକୁର ୩୬ ଓ ଋତୁରାଜ ମହାନ୍ତି ୨୬ ରନ କରିଥିଲେ। ବରଗଡ଼ ଦଳର ଏମ୍ଡି ହୁସେନ ୨ ଓ ନିହାର ବେହେରା ୧ ଗୋଟିଏ ୱିକେଟ୍ ନେଇଥିଲେ। ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ଅମ୍ପାୟାର୍ ଥିଲେ। ରୋମି ନାୟକ, ରିତିକ ଦେହୁରୀ ଓ ନେତ୍ରା ବେହେରା ସ୍କୋରର ଏବଂ ରମାକାନ୍ତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ।
କ୍ଲବ୍ର ସଭାପତି ତଥା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉପନଗରପାଳ ପ୍ରଜିତ ଭୋଜ, ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଦସ୍ୟା କାଇନାଥ କାଜି, ଜିଲ୍ଲା କ୍ରୀଡ଼ା ଅଧିକାରୀ କୌବଲ୍ୟ କିଶୋର କର ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। କ୍ଲବ୍ର ଉପସଭାପତି ଅଶୋକ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଇଂ ସୁଜିତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସତ୍ୟ ନାରାୟଣ ପାଣି ଧନ୍ୟବାଦ ଦେଇଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ପୌର ପରିଷଦର ଉପନଗରପାଳ ଶ୍ରୀ ଭୋଜ ଯୋଗ ଦେଇ କେନ୍ଦୁଝର ଦଳର ସୌରଭ ସ୍ୱୟଂ ପ୍ରକାଶଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ୍, ରତିକାନ୍ତ ମହାନ୍ତଙ୍କୁ ଶ୍ରେଷ୍ଠ ବୋଲର ରତିକାନ୍ତ ମହାନ୍ତ ଏବଂ ଋତୁରାଜ ମହାନ୍ତିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। କ୍ଲବର ସଦସ୍ୟ ନବୀନ ପାଣି, ପ୍ରଭାତ ପ୍ରଧାନ, ବିବେକାନନ୍ଦ ଦାଶ, ପ୍ରଫୁଲ୍ଲ ନାଏକ, ବିଦ୍ୟାଧର ମହାପାତ୍ର, ସନ୍ତୋଷ ଦେବତା, ପ୍ରଶାନ୍ତ ଦେବତା, ବସନ୍ତ ବେହେରା, ଅଶୋକ ଅଗ୍ରୱାଲ, ପ୍ରଦ୍ୟୁମ୍ନ ଭୁକ୍ତା, ଅଭୟ ନନ୍ଦ, ଅଜିତ ମୋଦୀ, କ୍ଷୀରୋଦ ବେହେରା, ରାଘବ ମହାରଣା, ଜୟନ୍ତ ସାହୁ, ଭୋଳାନାଥ ଦାଶ, ହରେକୃଷ୍ଣ ସାହୁ, ଅଶୋକ ନାଏକ, ସୁବାସ ପୃଷ୍ଟି, ସୁଶୀଳ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।