ଜୟପୁର: ଜୟପୁର ବ୍ଲକର କଙ୍ଗା ଏକଲବ୍ୟ ବିଦ୍ୟାଳୟ ପରିସରରେ ଶନିବାର ସମ୍ବାଦ ସାହିତ୍ୟଘର ଜୟପୁର ସହ ଜୟପୁର ବନାଂଚଳର ସହଯୋଗରେ ବିଭିନ୍ନ କିସମର ୨୦୦ ବୃକ୍ଷ ରୋପଣ କରାଯାଇଥିଲା। ଏହି ବନମହୋତ୍ସବକୁ ବନାଂଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା , ଅଧ୍ୟକ୍ଷା ଜୟନ୍ତି କୁମାରି ଲେଙ୍କା ପରିଚାଳନା କରିଥିଲେ। ଏଥିରେ ଅତିଥି ଭାବେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ବିଷୋଇ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଏସଡିଓ ଯୋଗ ଦେଇଥିଲେ। ବନମହୋତ୍ସବରେ ଶିକ୍ଷୟତ୍ରୀ ଅମିତା ବିଶି, କୁସୁମା ମଂଜରୀ ପ୍ରଧାନ, ଦିପ୍ତିମୟୀ ମିଶ୍ର, ସୁମନ ପାଣିଗ୍ରାହୀ, ଦିପ୍ତି ଦିପିକା ଦାଶ, ସୁପ୍ରିୟା ଭୁୟାଁ, ପ୍ରତିଭା ବକ୍ସି, ମୋନାଲିସା ପଟ୍ଟନାୟକ, ବିନୋଦିନୀ ଗୌଡ଼, ଶିକ୍ଷକ ରାଜେଶ କୁମାର ବିଷୋଇ , ଡିଭି ରାଓ, ରମାକାନ୍ତ ଉମୁଲିଆ, ଏ.ସୁଧିର କୁମାର, ଅଶୁତୋଷ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସେଭଳି ଜୟପୁର ବନାଂଚଳର ସହଯୋଗରେ ହରିଡ଼ାପୁଟ ବାଳିକା ଏସଏସଡି ହାଇସ୍କୁଲ ପରିସରରେ ବନମହୋତ୍ସବ ପାଳନ କରାଯାଇଥିଲା। ପ୍ରଧାନଶିକ୍ଷକ ଅଜୟ ମିଶ୍ର, ବରିଷ୍ଠ ଶିକ୍ଷୟତ୍ରୀ ମାଳା ବେଉରା ଆଦି ପରିଚାଳନା କରିଥିଲେ।
ସେଭଳି ବୋରିଗୁମ୍ମା ବନାଂଚଳର ସହଯୋଗରେ ବାଲିପୁଜାରୀପୁଟ ଠାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳନ କରାଯାଇଥିଲା। ଏଥିରେ ବନାଂଚଳ ଅଧିକାରୀ ସୁଚିତ୍ରା ନାୟକ, ରାଣୀଗଡ଼ ସରପଂଚ ,ପ୍ରଧାନଶିକ୍ଷୟତ୍ରୀ ଅଂଜନା ମାଝୀ, ଶିକ୍ଷକ ରୁଦ୍ରପ୍ରସନ୍ନ ପାଣିଗ୍ରାହୀ, ପରମାନନ୍ଦ ମାଝି, ରଘୁରାମ ଖିଲ, ବିନୋଦ ନନ୍ଦ, କମଳା ନାୟକ ଓଉର୍ମିଳା ମାଝି ପ୍ରମୁଖ ଭାଗ ନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।