କାର୍ତ୍ତିକ ପୂର୍ଣ୍ଣିମାରେ ନଦୀଘାଟ, ଜଳାଶୟରେ ଏକାଠି ହୋଇ ଡଙ୍ଗା ଭସାଇବା ମନା, କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଓ ନଦୀ ପୋଖରୀରେ ସାମୁହିକ ସ୍ନାନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହା ସହିତ ବଡ଼ଓଷାରେ ବିଭିନ୍ନ ସ୍ଥାନରେ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର କେତେକ ସ୍ଥାନରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ ରାଜ୍ୟସରକାର କଟକଣା ଜାରି କରିଛନ୍ତି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଉଥିବାରୁ ଓ ସାମୁହିକ ସ୍ନାନ କରୁଥିବାରୁ ତାହାଦ୍ବାରା କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

କିଛିଦିନ ପୂର୍ବେ ସରକାର ଛଟ୍ ପୂଜା ଉପରେ କଟକଣା ଜାରି କରିଥିଲେ ।

ସମ୍ବନ୍ଧିତ ଖବର