ପାରାସିଟାମଲ ବିକ୍ରି ଉପରୁ କଟକଣା ହଟିଲା

ବ୍ରହ୍ମପୁର : ପାରାସିଟାମଲ ଓ କେତେକ ନିର୍ଦ୍ଦିଷ୍ଠ ଡ୍ରଗସ୍ ଉପରୁ କଟକଣା ହଟାଯାଇଛି । ସାମାଜିକ ଦୂରତ୍ୱ ରକ୍ଷା କରି ଔଷଧ ବିକ୍ରି କରିବାକୁ ଔଷଧ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଔଷଧ କିଣୁଥିବା ଲୋକଙ୍କ ସଂକ୍ରାନ୍ତରେ ତଥ୍ୟ ରଖିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଡ୍ରଗସ୍ ଇନ୍ସପେକ୍ଟର ପକ୍ଷରୁ ଗତ ୨୯ତାରିଖରେ ଏକ ଚିଠି କରି ପାରାସିଟାମଲ ସହିତ କିଛି ଔଷଧ ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପ୍ସନ ବିନା ନ ଦେବାକୁ ଔଷଧ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଚିଠି ପରେ ଜ୍ୱର, ଥଣ୍ଡା, କାଶ ଆଦି ଔଷଧ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ବିନା ମିଳୁ ନ ଥିଲା । ଏହାକୁ ବିଭିନ୍ନ ସ୍ତରରେ ବିରୋଧ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରିବର୍ତନ କରାଯାଇଛି ।

ସମ୍ବନ୍ଧିତ ଖବର