ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି : ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଙ୍ଗାର କରିଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଅପରାହ୍ଣ ୪ଟା ୫୫ରେ ଦ୍ବିତୀୟ ଭୋଗମଣ୍ଡପ ପରେ ସଂଧ୍ୟା ୫ଟା୩୫ରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଏହି ନୀତି ପାଇଁ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ବନକଲାଗି ନୀତି ଶେଷ ପରେ ରାତି ସାଢ଼େ ୧୦ଟା ପରେ ମହାପ୍ରଭୁଙ୍କ ଦର୍ଶନ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର