୯ରେ ମହାପ୍ରଭୁଙ୍କ ବନକଲାଗି, ସଂଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ : ମାର୍ଚ୍ଚ ୯ ତାରିଖ ବୁଧବାର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଏହି ଉପଲ‌କ୍ଷେ ଆସନ୍ତା ୯ ତାରିଖରେ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏହି ଦିନ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।

ସମ୍ବନ୍ଧିତ ଖବର