ପିପିଲି : ପୁରାତନ ଭଜନ ଓ ଜଣାଣକୁ ଖଂଜଣୀ ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ପିପିଲି କମଳାସାଗରପାଟଣା ଗ୍ରାମର ବନମାଳୀ ମିଶ୍ର ଥିଲେ ଜଣେ ଅନନ୍ୟ ପ୍ରତିଭା। ପିପିଲି ଜଣେ ଆଦର୍ଶ ବ୍ୟକ୍ତିତ୍ବଙ୍କୁ ହରାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି। ସ୍ବର୍ଗତ ମିଶ୍ରଙ୍କର ସ୍ମୃତିସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ତାଙ୍କର ଜୀବନ ବ୍ୟାପୀ ତ୍ୟାଗ, କର୍ତ୍ତବ୍ୟ ନିଷ୍ଠା ଓ ସମାଜସେବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

Advertisment

ସୂଚନା ଅନୁସାରେ ଗତ ୨ ତାରିଖରେ ଭୁବନେଶ୍ବରସ୍ଥ ଏକ ଘରୋଇ ହସ୍ପିଟାଲରେ ବନମାଳୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ୮୨ବର୍ଷ ବୟସରେ ବିୟୋଗ ଘଟିଥିଲା। ଏଥିପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କ ସଭାପିତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବିଜୟଲକ୍ଷ୍ମୀ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଉମାବଲ୍ଲଭ ରଥ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, କଂଗ୍ରେସ ନେତା ବିଶ୍ବରଂଜନ ମହାନ୍ତି, ଅମିୟ ପଟ୍ଟନାୟକ, ଆଇନଜୀବୀ ଶିବାନନ୍ଦ ରାୟ, ଜ୍ଞାନ ରଂଜନ ପଟ୍ଟନାୟକ, କଂଗ୍ରେସ ମୁଖପାତ୍ର ଜିନେସ ଦାସ, ଅମିୟ ପାଣ୍ତବ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପିପିଲି ଏନ୍‌ଏସି ଅଧ୍ୟକ୍ଷ ସେକ ବାବୁ, ବରିଷ୍ଠ ଆଦର୍ଶ ଶିକ୍ଷକ ରସାନନ୍ଦ ପ୍ରଧାନ, ସାମ୍ବାଦିକ ରାଜେଶ ନାୟକ, କଂଗ୍ରେସ ନେତା ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଯୁବ ନେତା ବିରଜା ପ୍ରସାଦ ପଟ୍ଟନାୟକ, ସମାଜସେବୀ ରାଧାମୋହନ, ସରୋଜ ପ୍ରଧାନ, ଦୁର୍ଗାଚରଣ ରାଉତରାୟ, ଶଶିଶେଖର ରାୟ, ମାନସଆଚାର୍ଯ୍ୟ, ନିର୍ମଳ ପରିଡ଼ା ପ୍ରମୁଖ ଯୋଗଦେଇ ସ୍ବର୍ଗତ ବନମାଳୀଙ୍କର ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ବନମାଳୀଙ୍କର ବଡ଼ପୁଅ ବିଭୂତି ଭୂଷଣ ମିଶ୍ର, ଶଶିଭୂଷଣ ମିଶ୍ର, ଆଇନଜିବୀ ନିଶିକାନ୍ତ ମିଶ୍ର, ଇଂଜିନିୟର ଚନ୍ଦ୍ରକାନ୍ତ ମିଶ୍ର, ଶ୍ରୀ ଅଖଣ୍ତ ଓ ଦୁଇ ଝିଅ, ସାନ ଜ୍ବାଇଁ ସେଠାରେ ଉପସ୍ଥିତ ଥିଲେ।