ଜୟପୁର: ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ପୌରାଞ୍ଚଳର ସମସ୍ତ ୧୩୦ଟି ସ୍କୁଲରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡା ଦେବା ବଦଳରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା କେନ୍ଦ୍ରୀୟ କିଚେନ୍ ପକ୍ଷରୁ କଦଳୀ ଦିଆଯାଇଛି। ଭାତ ସହ ଆଳୁ, ସୋୟାବିନ୍ ତରକାରୀ ପାଣି ସହ କଦଳୀ ବିତରଣ କରିଥିଲେ ସ୍ବୟଂ ସହାୟକ ଗୋଷ୍ଠୀ।

Advertisment

ବିଦ୍ୟାଳୟରେ ଅଣ୍ଡା ଦେବା ସ୍ଥାନରେ ଅନ୍ୟ ଫଳ ଓ ବିସ୍କୁଟ ଦିଆଯିବା ପୂର୍ବରୁ ମଧ୍ୟ ନଜିର ରହିଛି। ଗତ କିଛି ଦିନ ତଳେ ବି ଏଭଳି ଅଣ୍ଡା ବଦଳରେ କମଳା ବିତରଣ କରାଯାଇଥିଲା। ମଧ୍ୟାହ୍ନ ଭୋଜନରେ ଅଣ୍ଡା ଏବଂ ପୃଷ୍ଠିକର ଖାଦ୍ୟ ଦେବା ଲକ୍ଷ୍ୟ ଏହି ସ୍ଥିତିରେ ଫେଲ୍ ମାରୁଛି। ତେବେ ଆଜି ପିଲାମାନେ ଏଭଳି ଖାଦ୍ୟକୁ ବହୁ କଷ୍ଠରେ ଖାଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ବି ଏହି ସଂସ୍ଥା ପକ୍ଷରୁ ପୋକରା ଓ ଖରାପ ଚାଉଳର ଭାତ, ପାଣିଆ ଡାଲି, ପନିପରିବା ବିହୀନ ଡାଲମା କିମ୍ବା ତରକାରୀ ଦେବା ଅଭିଯୋଗ ହୋଇ ଆସୁଥିଲା।

publive-image

ଏଭଳି ‌ଅଭିଯୋଗ ହେବା ପରେ ମହିଳା ସ୍ବୟଂ ସହାୟକ ଦଳ ଗୁଡ଼ିକୁ ଏଥିରେ ନିୟୋଜିତ କରାଯାଇଥିଲା। ପୁଣି ଏବେ ମହିଳା ସ୍ବୟଂ ସହାୟକଦଳକୁ ବାଦ୍ ଦେଇ କେନ୍ଦ୍ରୀୟ କିଚେନରୁ ଖାଦ୍ୟ ଯୋଗା ଯାଉଛି। ଏଭଳି ଅଭିଯୋଗ ହେବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଏବିଇଓ ଆଦିଙ୍କୁ ସାଙ୍ଗରେ ନେଇ ଗଡ଼ପଦର ସହ ସହରର କିଛି ସ୍କୁଲ ବୁଲି ତଦାରଖ କରିଥିଲେ। ସ୍କୁଲ ଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏଭଳି ହୋଇଥିବା ସଂପର୍କରେ ଜଣାଇଥିଲେ। ସେ ଏ ନେଇ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ସହ ସଂପୃକ୍ତ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ପଚାରିଥିବା କହିଛନ୍ତି ବିଇଓ ଶ୍ରୀ ନାୟକ। ଉକ୍ତ ସଂସ୍ଥାକୁ ଅଣ୍ଡା ଯୋଗାଉଥିବା ଭେଣ୍ଡର ଅଣ୍ଡା ‌ନ ଯୋଗାଇବାର କଦଳୀ ଦିଆଯାଇଥିବା କହିଥିବା କହିଛନ୍ତି ବିଇଓ। ତେବେ ବିଇଓଙ୍କୁ ପୂର୍ବରୁ ଉକ୍ତ ସଂସ୍ଥା ପକ୍ଷରୁ ଏହି ସୂଚନା ଦେବା କଥା। ସେଭଳି କିଛି ଦେଇ ନଥିବା କହିଛନ୍ତି ବିଇଓ। ଉକ୍ତ ସଂସ୍ଥାକୁ ଏ ନେଇ କାରଣ ଦର୍ଶାଅ ଚିଠି କରାଯିବ ବୋଲି କହିଛନ୍ତି। ପୂର୍ବରୁ ଦିନେ ପଂଚୁକ ଥିବାରୁ ଅଣ୍ଡା ବଦଳରେ କମଳା ଦିଆଯାଇଥିଲା।