ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ଆଦିନ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି।ନିଜର ପରାଂପାରିକ ଭେଷଭୁଷା, ଚାଲିଚଳଣ ଏବଂ ସଂସ୍କୃତିକୁ ନେଇ ଏମାନେ ଏଠାରେ ସଂପୂର୍ଣ୍ଣ ବାହ୍ୟ ଜଗତ ଠାରୁ ଦୁରରେ ରହୁଥିଲେ। ଏବେ କିନ୍ତୁ ସମୟ ବଦଳିଛି।ବଣ୍ଡା ପିଲାମାନେ ପାଠ ପଢି ବିଭିନ୍ନ କ୍ଷେତ୍ରରେ ନିଜକୁ ଅବସ୍ଥାପିତ କରିସାରିଛନ୍ତି। ଦିନେ ଉଲଗ୍ନ ହୋଇ ରହୁଥିବା ବଣ୍ଡା ଏବେ ଆଧୁନିକତାର ପୋଷାକ ପିନ୍ଧୁଛନ୍ତି। କିନ୍ତୁ ନିଜର ପରଂପରାକୁ ଜାବୁଡ଼ି ଧରିଛନ୍ତି। ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ନିଜର ଗୁଜରାଣ ମେଣ୍ଟାଉଥିଲେ।ଧିରେ ଧିରେ ଚାଷ କରିବା ସହ ଇଟା କାଟିବା, ସିଲେଇ ଶିକ୍ଷା ନେବା ଭଳି ଶିକ୍ଷା ନେଇ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିଲେଣି।

Advertisment

ସେହିପରି ବଡବେଲ ଗ୍ରାମର ବୁଦା ବଡନାୟକ ନିଜର ସ୍ବଳ୍ପ ଜମିରେ କଦଳୀ ଚାଷ କରି ବେଶ ଲାଭବାନ ହୋଇଥିବା ଦେଖିବାକୁ ମିଳିଛି। ଗତ ତିନି ବର୍ଷ ତଳେ ତାଂକୁ ପ୍ରଶାସନ ତରଫରୁ ଏକ ହଜାର କଦଳୀ ଚାରା ପ୍ରଦାନ କରାଯାଇଥିଲା। ସେ ତାକୁ ନିଜର ପୁଅ ଝିଅ ଭଳି ଯତ୍ନ ନେବା ପରେ ହଜାର ହଜାର ଟଂକା ରୋଜଗାର କରିପାରିଲେ।ନିଜର ସମସ୍ତ ବକେୟା ଋଣ ପରିଶୋଧ କରିବା ସହ ପିଲାଙ୍କୁ ପାଠ ପଢାଉଛନ୍ତି। ବୁଦା ବଡନାୟକଙ୍କ କହିବା ଅନୁଯାୟୀ ସେ ଚାରିରୁ ପାଞ୍ଚ ପ୍ରକାରର କଦଳୀ ଚାଷ କରିଛନ୍ତି।ଯାହାକି ତାଂକୁ ପ୍ରତିବର୍ଷ ଲାଭ ଦେଉଛି, ଯାହାଫଳରେ ଦୁଇ ଜଣ ପିଲା କଲେଜରେ ପାଠ ପଢିବାର ସୁଯୋଗ ପାଇଲେ। ଆଉ ଦୁଇ ପିଲା ମଧ୍ୟ ସ୍କୁଲ ମୁହାଁ ହେଲେ।କଦଳୀ ଚାଷ ନିଜର ପରିବାରର ପ୍ରତିପୋଷଣ କରିବାରେ ସହଯୋଗ କରିବା ସହ ପିଲାଙ୍କ ପାଠ ପଢାରେ ମଧ୍ୟ ସୁବିଧା କଲା। ଏବେ ଆଗକୁ ଆହୁରି ଅଧିକା ଚାଷ କରିବାର ଯୋଜନା କରିଛନ୍ତି ବୁଦା ବଡନାୟକ।ତେବେ ପାଣି ସମସ୍ୟା ରହିଥିବାରୁ ସେ ପ୍ରଶାସନ ନିକଟରେ ବୋରଵେଲ ଖୋଲିଦେଲେ ସେ ଆଗକୁ ଆହୁରି ଅଧିକା ଚାଷ କରିବେ ବୋଲି କହିଛନ୍ତି। ବୁଦା ବଡନାୟକଙ୍କ ଏହି ସଫଳତା ଦେଖି ଗ୍ରାମର ଅନ୍ୟମାନେ ନଧ୍ୟ ସରକାରୀ ଯୋଜନାର ଲାଭ ଉଠାଇବାକୁ ଏବେ ମନସ୍ଥ କଲେଣି। ବୁଦା ଆଗକୁ ପାରଂପାରିକ ଚାଷ ଛାଡ଼ି ଅନ୍ୟ ଲାଭଜନକ ଚାଷ କରିବା ନେଇ ଚିନ୍ତା କରୁଥିବା କହିଛନ୍ତି। ବଜାରରେ କଦଳୀର ଦର ବେଶ ଚାହିଦା ରହିଥିବାରୁ ସେ ଆଗକୁ ଆହୁରି ବିଭିନ୍ନ ରକମର କଦଳୀ ଚାଷ କରିବେ ବୋଲି କହିଛନ୍ତି। ସେ ନିରକ୍ଷର ହେଲେ ମଧ୍ୟ ତାଂକର ପୁଅ ଝିଅକୁ ପାଠ ପଢାଇବାରେ ଏବେ ସେ ସକ୍ଷମ ହୋଇଥିବା କହିଛନ୍ତି।