ପୁରୀ : ବାତ୍ୟା ‘ଫନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ନଡ଼ିଆ ଗଛ। ଏହା ସହିତ ପୁରୀ ଓ ଆଖପାଖ ଅଞ୍ଚଳରେ କଦଳୀ ବଗିଚା ସବୁ ନଷ୍ଟ ହୋଇଯାଇଛି। ବାତ୍ୟାରେ କଦଳୀ ଗଛ ଉପୁଡ଼ି ପଡ଼ିଥିବାବେଳେ ପତ୍ର ସବୁ ନଷ୍ଟ ହୋଇଯାଇଛି। ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ପାଇଁ ଲକ୍ଷାଧିକ କଦଳୀପତ୍ରର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ କଦଳୀପତ୍ର ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ଚନ୍ଦନପୁର, ଗୋପ ଓ କଣାସ ଅଞ୍ଚଳରୁ ଆସିଥାଏ। ବାତ୍ୟା ପରେ ଏବେ କଦଳୀପତ୍ର ସଙ୍କଟ ଦେଖାଦେଇଛି। ଫଳରେ ମହାପ୍ରସାଦ ଖାଇବାକୁ ଭକ୍ତମାନେ ଏବେ ହଇରାଣ ହେଉଛନ୍ତି।
ମହାପ୍ରସାଦ ଖାଇବାକୁ ମିଳିବନି କଦଳୀପତ୍ର
/sambad/media/post_attachments/wp-content/uploads/2019/05/Kadalai-gacha-Story-Gadadhara-Panda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)