‘ବନ୍ଦେ ଉତ୍କଳ ଜନନୀ’ର ରାଜ୍ୟ ସଂଗୀତ ମାନ୍ୟତାକୁ ବିରୋଧ

ବରଗଡ଼ : ‘ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତାକୁ କୋସଲ ରାଜ୍ୟ ସମନ୍ବୟ ସମିତି ବିରୋଧ କରିଛି। ସରକାରଙ୍କ ଏହି ନିଷ୍ପତ୍ତି ନେଇ ଆଗାମୀ ଦିନରେ ଉଭୟ ଆଇନଗତ ଏବଂ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ରୋଗୀ ସଂଖା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ‘ବନ୍ଦେ ଉତ୍କଳ ଜନନୀ’ ଭଳି ଏକ ବିବାଦୀୟ ପ୍ରସଂଗ ଉଜାଗର କରି ସରକାର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଏବଂ ବିଫଳତାକୁ ଢାଙ୍କିବାକୁ ପ୍ରୟାସ କରୁଛନ୍ତି। ଆଧୁନିକ ଓଡ଼ିଶାରେ ଉତ୍କଳ ବନ୍ଦନା ବଦଳରେ ‘ଓଡ଼ିଶା ଜନନୀ’ର ବନ୍ଦନା ଗାନ ହେବା ହିଁ ଯୁକ୍ତିଯୁକ୍ତ । ରାଜ୍ୟବାସୀଙ୍କ ଉପରେ ସରକାର ‘ଉତ୍କଳ’କୁ ଥୋପି ଦେଉଛନ୍ତି। ପଶ୍ଚିମ ଓଡ଼ିଶାର ଜନସାଧାରଣ ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିରେ ଏହାକୁ ରାଜ୍ୟ ସଂଗୀତ ଘୋଷଣା କରି ରାଜ୍ୟ ସରକାର ଅଗଣତାନ୍ତ୍ରିକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର