ବନ୍ଦିତା ପରିଡ଼ା ହେଲେ ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ବଦଳିଛନ୍ତି । ବନ୍ଦିତା ପରିଡ଼ାଙ୍କୁ ନୂତନ ଦାୟିତ୍ୱ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସର ସଭାନେତ୍ରୀ ପାଇଁ ବନ୍ଦିତାଙ୍କ ନାମକୁ ମଂଜୁରୀ ଦେଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏହା କୁହାଯାଇଛି ।

ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ସହିତ ଅରୁଣାଚଳ ପ୍ରଦେଶ ପାଇଁ ମାରିନା କେଙ୍ଗଲାଙ୍ଗ ଓ ହରିୟାଣା ଲାଗି ସୁଧା ଭରଦ୍ୱାଜଙ୍କୁ ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।

ସମ୍ବନ୍ଧିତ ଖବର