କେନ୍ଦ୍ରାପଡ଼ା : ୫୦ ହଜାର ଲାଞ୍ଚ ନେଇ ବଙ୍ଗାଳପୁର ପିଇଓ ଗିରଫ

କେନ୍ଦ୍ରାପଡ଼ା : ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କଠୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ଗରଦପୁର ବ୍ଲକ୍‌ ବଙ୍ଗାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଧର୍ମାନନ୍ଦ ବେହେରା। ସ୍ଥାନୀୟ ଚଁପୁର ଛକ ରାସ୍ତାରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଶ୍ରୀ ବେହେରାଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ଧରିବା ସହ ତାଙ୍କଠାରୁ ଟଙ୍କା ଜବତ କରିଛି।

ସୂଚନାନୁଯାୟୀ, ବ˚ଗାଳପୁର ପଞ୍ଚାୟତର ହୁରାସାହିରେ ଏକ ପୋଖରୀ ତୁଠରେ ଏକ ଚେଞ୍ଜି˚ ରୁମ୍‌ (ପୋଷାକ ବଦଳା) ନିର୍ମାଣ କରାଯାଇଛି। ଏଥିପାଇଁ ୫୦ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। କାମ ଶେଷ ହୋଇଥିଲେ ବି ବିଲ୍‌ ପାସ୍‌ ପାଇଁ ପିଇଓ ଶ୍ରୀ ବେହେରା ୭ହଜାର ଟଙ୍କା ଠିକାଦାର ଶୁଭେନ୍ଦ୍ର କୁମାର ରାଉତରାୟଙ୍କୁ ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ବିଲ୍‌ କରିବେ ନାହିଁ ବୋଲି ରୋକଠୋକ୍‌ କହିଥିଲେ। ଅଧିକାରୀଙ୍କ ଏଭଳି ଦୁର୍ନୀତିଖୋର‌୍‌ ଆଭିମୁଖ୍ୟରେ ଅତିଷ୍ଠ ହୋଇ ଠିକାଦାର ଶୁଭେନ୍ଦ୍ର ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ଆଜି ପୂର୍ବାହ୍ନରେ ଚଁପୁର ରାସ୍ତାରେ ଛକି ରହିଥିଲେ। ପୂର୍ବରୁ ଠିକାଦାର ଶୁଭେନ୍ଦ୍ର ସେଠାରେ ଲାଞ୍ଚ ଦେବା ପାଇଁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ପିଇଓ ଶ୍ରୀ ବେହେରା ଆସି ୭ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏ ସ˚ପର୍କରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ପିଇଓ ଶ୍ରୀ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର