କାଲିଠୁ ଗଡ଼ିବ ବାଙ୍ଗିରିପୋଷି-ରୂପ୍‌ସା ଡିଏମ୍‌ୟୁ ଟ୍ରେନ୍‌, ଯିବନି ବାଲେଶ୍ବର

ଭଞ୍ଜପୁର ଷ୍ଟେସନରୁ ସକାଳ ୩.୧୫ରୁ ରୂପ୍‌ସା ଅଭିମୁଖେ ଛାଡ଼ିବ

ବାରିପଦା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ବୁଧବାରଠାରୁ ବାଙ୍ଗିରିପୋଷି-ରୂପ୍‌ସା ଡିଏମ୍‌ୟୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ଦକ୍ଷିଣପୂର୍ବ ରେଳପଥ। ଏହି ଗାଡ଼ି ବାରିପଦାସ୍ଥିତ ଭଞ୍ଜପୁର ଷ୍ଟେସନରୁ ସକାଳ ୩.୧୫ରୁ ରୂପ୍‌ସା ଅଭିମୁଖେ ଛାଡ଼ି ରୂପ୍‌ସା ଷ୍ଟେସନରେ ସକାଳ ୪.୪୦ରେ ପହଞ୍ଚିବ। ସେଠାରୁ ଏହି ଗାଡ଼ି ସକାଳ ୬.୩୨ରେ ବାରିପଦାରେ ସକାଳ ୭.୪୨ରେ ପହଞ୍ଚିବ। ଏହି ଟ୍ରେନ୍‌ କିଛି ସମୟ ପରେ ଭଞ୍ଜପୁରରୁ ପୁନର୍ବାର ରୂପ୍‌ସା ଅଭିମୁଖେ ୮.୫ରେ ଛାଡ଼ିବ।

ସକାଳ ସାଢ଼େ ୯ଟାରେ ରୂପ୍‌ସାରେ ପହଞ୍ଚିବ। ମାତ୍ର ୧୦ ମିନିଟ୍‌ ପରେ ରୂପ୍‌ସାରୁ ବାହାରି ଏହି ଟ୍ରେନ୍‌ ୧୦.୫୫ରେ ବାରିପଦାରେ ପହଞ୍ଚିବ। ମାତ୍ର ଦୁଇ ମିନିଟ୍‌ ପରେ ଏହି ଟ୍ରେନ୍‌ ବାରିପଦାରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିବ। ସେଠାରେ ୧୧.୪୫ରେ ପହଞ୍ଚିବ। ସେଠାରୁ ୧୦ ମିନିଟ୍‌ ପରେ ଛାଡ଼ିବ। ମଧ୍ୟାହ୍ନ ୧୨.୩୮ରେ ଏହା ବାରିପଦାରେ ‌ପହଞ୍ଚିବ। ଏଠାରୁ ଦୁଇ ମିନିଟ୍‌ ପରେ ରୂପ୍‌ସା ଯିବ । ସେଠାରେ ୧.୫୦ରେ ପହଞ୍ଚିବ। ୨.୫୮ରେ ଏହି ଟ୍ରେନ୍‌ ରୂପ୍‌ସାରୁ ବାହାରି ବାରିପଦାରେ ୪.୧୫ ଏବଂ ବାଙ୍ଗିରିପୋଷିରେ ୫.୦୫ରେ ପହଞ୍ଚିବ। ବାଙ୍ଗିରିପୋଷିରୁ ୫.୧୫ରେ ବାହାରି ବାରିପଦାରେ ୬.୦୫, ରୂପ୍‌ସାରେ ସନ୍ଧ୍ୟା ସାଢ଼େ ୭ରେ ପହଞ୍ଚିବ ଏହି ଟ୍ରେନ୍। ରୂପ୍‌ସାରୁ ରାତି ୯.୪୦ରେ ବାହାରି ଭଞ୍ଜପୁରରେ ରାତି ୧୧.୧୫ରେ ପହଞ୍ଚିବ।

ଭଞ୍ଜପୁରରେ ଏହି ଟ୍ରେନ୍‌ ରାତ୍ରି ରହଣୀ କରିବ। ଏହି ଡିଏମ୍‌ୟୁ ଟ୍ରେନ୍‌ ପୂର୍ବରୁ ବାଲେଶ୍ବର ଯାଉଥିଲା। ମାତ୍ର ନୂତନ ସମୟସାରଣୀରେ ଏହି ଟ୍ରେନ୍‌ ସେବାରୁ ବାଲେଶ୍ବରକୁ ବଞ୍ଚିତ କରାଯାଇଛି। ପୂର୍ବଭଳି ଶନିବାର ଅପରାହ୍ନରୁ ରବିବାର ଅପରାହ୍ନ ପର୍ଯ୍ୟନ୍ତ ମେଣ୍ଟେନାନ୍‌ସ ପାଇଁ ଏହି ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ପ୍ରତି ରବିବାର ରାତି ୯.୪୦ରୁ ଏହି ଟ୍ରେନ୍‌ ରୂପ୍‌ସାରୁ ଛାଡ଼ିବା ନେଇ ସୂଚନା ମିଳିଛି। ଏହି ଟ୍ରେନ୍‌ ବାଙ୍ଗିରିପୋଷିରୁ ରୂପ୍‌ସା ମଧ୍ୟରେ ଥିବା ସମସ୍ତ ଷ୍ଟେସନରେ ଅଟକିବା ନେଇ ସୂଚନା ମିଳିଛି। କରୋନା ସମୟରୁ ଏହି ଟ୍ରେନ୍‌ ସେବା ବନ୍ଦ ରହିଥିଲା। ଏହି ଟ୍ରେନ୍‌ ଚଳାଚଳ କରିବା ନେଇ ‘ସମ୍ବାଦ’ରେ ଏକ ରିପୋର୍ଟ ଶନିବାର ଦିନ ପ୍ରକାଶ ପାଇଥିଲା। ଏହି ଟ୍ରେନ୍‌ ଚଳାଚଳ ପରେ ସାଧାରଣ ଯାତ୍ରୀ ବି‌ଶେଷ ଉପକୃତ ହେବେ ବୋଲି ଅଭିଜିତ କୁମାର ରାମ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର