ବାଙ୍ଗିରିପୋଷି ଘାଟିରେ ଜଳିଗଲା ବସ୍ , କେହି ମୃତାହତ ହୋଇନାହାନ୍ତି

ବାରିପଦା :ମୟୂରଭଞ୍ଜ ଜିଲ୍ଲାର ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍ ଜଳି ଯାଇଥିବା ଜଣାଯାଇଛି।। ଏହି ବସ୍ ସଂପୂର୍ଣ୍ଣଭାବେ ଜଳିଯାଇଛି। କିନ୍ତୁ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନଥିବାର ଖବର ମିଳିଛି।। ବସରେ ୫୦ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନେ ବସରେ ନିଆଁ ଲାଗିବା ମାତ୍ରେ ବସରୁ ଓହ୍ଲାଇ ଯାଇଥିଲେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରାୟ ସାଢ଼େ ୧୧ଟା ବେଳେ କରଞ୍ଜିଆର ସିଙ୍ଗଡ଼ା ଅଞ୍ଚଳରୁ କିଛି ଲୋକ ଏହି ବସ୍ ରିଜର୍ଭ କରି ସଦଖିଆ ଭୋଜି ପାଇଁ ବେତନଟୀ ଅଞ୍ଚଳର ଆମ୍ବଯୋଡ଼ାକୁ ଯାଉଥିଲେ। ବାଟରେ ଡ୍ରାଇଭର ବାଙ୍ଗିରିପୋଷି ଘାଟିରେ ବସକୁ ଠିଆକରି ଦୁଆରଶୁଣି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ତେବେ ବସ ଅଟକିବା ପରେ କିଛି ଯାତ୍ରୀ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ଆଉ କିଛି ବାହାରେ ଯାତ୍ରୀ ବସ୍‌ ପାଖରେ ରହିଥିଲେ ।। ଏହି ସମୟରେ ବସରୁ ହଠାତ୍ ଧୂଆଁ ବାହାରିଲା। ଏହାପରେ ବସ ହୁତୁ ହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା।

ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ି ଚିତ୍କାର କରିଥିଲେ। ସେମାନେ ଦମକଳ ବାହିନୀକୁ ଖବର ଦେଇଥିଲେ।
ବାଙ୍ଗରିପୋଷିରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଏହି ଅଘଟଣ ଘଟିବାଯୋଗୁଁ କିଛି ସମୟଯାଏଁ ଗାଡ଼ି ଚଳାଚଳରେ ଅସୁବିଧା ହୋଇଥିଲା। ପରେ ପୁଣି ସ୍ୱାଭାବିକଭାବେ ଗାଡ଼ିି ଚଳାଚଳ କରିଥିଲା।

ସମ୍ବନ୍ଧିତ ଖବର