ଭୁବନେଶ୍ୱର : ଓଡ଼ିଶାରେ ଧ୍ୱଂସର ତାଣ୍ଡବ ରଚାଇବା ପରେ ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଧୀରେ ଧୀରେ ଉତ୍ତରକୁ ଅଗ୍ରସର ହେଉଛି । ମିଳିଥିବା ସର୍ବଶେଷ ଖବର ମୁତାବକ ଫନି ଏବେ ଧୀରେ ଧୀରେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ଏହାର ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଦେଖଦେଇଛି ।
ଆସନ୍ତା କାଲି ଫନି ବାଂଲା ଦେଶ ଛୁଇଁବାର ସମ୍ଭାବନା ରହିଛି । ବାଂଲାଦେଶରେ ଏହା ପ୍ରବଳ ପ୍ରଭାବ ପକାଇବାର ଆଶଙ୍କା ଥିବାରୁ ଓଡ଼ିଶା ପରି ସେଠାକାର ସରକାର ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଛନ୍ତି ।
/sambad/media/post_attachments/wp-content/uploads/2019/05/BBSR8-1-300x225.jpg)
ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଥିଲା । ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି । ଏପରିକି ଭୁବନେଶ୍ୱରରେ ମଧ୍ୟ ପ୍ରାୟ ୧୭୫ କିମି ବେଗରେ ପବନ ବୋହିବାରୁ ପ୍ରବଳ କ୍ଷୟକ୍ଷତି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/9ad4856d-b1de-4777-9444-d95bba0ed19b.jpg)