ଭୁବନେଶ୍ୱର: ସାରା ରାଜ୍ୟରେ ୩,୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଦେଶାନ୍ତର କରାଯିବା ବିଚାରାଧୀନ ଅଛି ବୋଲି ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ମାନସ କୁମାର ଦତ୍ତ ଜାଣିବାକୁ ଚାହିଁଥିଲେ ଯେ ଓଡିଶା ସରକାର ଓଡିଶାରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶାନ୍ତର କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି।
ଦତ୍ତଙ୍କ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ ଯେ, ଓଡ଼ିଶା ସରକାର ରାଜ୍ୟରେ ରହୁଥିବା ୩,୭୩୮ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କର ସର୍ବାଧିକ ସଂଖ୍ୟା ଚାରୋଟି ଜିଲ୍ଲାରେଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧,୬୪୯ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଜଗତସିଂହପୁରରେ ୧,୧୧୨ ଜଣ, ମାଲକାନଗିରିରେ ୬୫୫ ଜଣ, ଏବଂ ନବରଙ୍ଗପୁରରେ ୧୦୬ ଜଣଙ୍କୁ ଚିହ୍ନଟ କରାଯାଇଛି।
ଅଧିକ ପଢ଼ନ୍ତୁ: ଈଶ୍ବରଙ୍କୁ ଡର, ବାକି ରହିଯାଇଥିବା ଉପବାସକୁ ଶେଷ କର; ଶାମିକୁ ଉପଦେଶ ଦେଲେ ମୌଲାନା
ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଗୃହକୁ ଏହା ମଧ୍ୟ ଜଣାଇଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧ ଜଣ ବାଂଲାଦେଶୀ ନାଗରିକ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ଜଣାପଡ଼ିଛି। ସମସ୍ତ ଜିଲ୍ଲାପାଳ ଏବଂ ପୁଲିସ ଅଧୀକ୍ଷକ (ଏସପି)ଙ୍କୁ ସେମାନଙ୍କ କ୍ଷେତ୍ରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ୨୦୨୪ରେ ୧୨୫୮ ହତ୍ୟା ଓ ୩୫୬ ଡକାୟତି ମାମଲା ରୁଜୁ ହୋଇଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/10/rLRe0uZLICU25Cjpmh1g.jpeg)