ଜଗତସିଂହପୁର: ଜଗତସିଂହପୁର ସହରଠାରୁ ମାତ୍ର ୫/୬ କିଲୋମିଟର ଦୂର ଧନୀପୁର ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ବାଂଲାଦେଶୀ ଆଡ଼ା ଜମାଇଥିଲେ। ଗତକାଲି ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ କରି ଘର ମାଲିକ ସିକନ୍ଦର ଆଲାମ୍ ସହ ୧୦ରୁ ଅଧିକ ଫେରାର ହୋଇଯାଇଥିଲେ। ସେମାନଙ୍କ ଭିତରେ ଅନେକ ବାଂଲାଦେଶୀ ଥିବାବେଳେ ବନ୍ଧୁକ ଓ ମାରଣାସ୍ତ୍ର ସହ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଗୋଚର ଜମିରେ ଥିବା ୧୦ ବଖରା ଘରକୁ ଆଜି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବୁଲ୍ଡୋଜର ଲଗାଇ ମାଟିରେ ମିଶାଇ ଦିଆଯାଇଛି। ତରିକୁନ୍ଦ କଲେଜ ପଛପାଖ ଧନୀପୁର ସାତପୁରା ବେଆଇନ ବସ୍ତିରେ ବାଂଲାଦେଶୀ ରହୁଥିବା ଅଭିଯୋଗ ଆସିବା ପରେ ଅତିରିକ୍ତ ଏସ୍ପି ଓ ଏସ୍ଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ବି ଚଢ଼ଉ କରିଥିଲେ।
ବେଆଇନ ବସ୍ତି ଉପରେ ବୁଲିଲା ବୁଲ୍ଡୋଜର
ଘର ମାଲିକ ସିକନ୍ଦରର ପାସପୋର୍ଟ ଜବତ, ଧରିବା ପାଇଁ ଚଢ଼ଉ
୧୩ ସନ୍ଦିଗ୍ଧ ଅଟକ, ପଶ୍ଚିମବଙ୍ଗ ପୁଲିସକୁ ଚିଠି ଲେଖିବେ ଏସ୍ପି
ପୁଲିସକୁ ଆକ୍ରମଣ ଘଟଣାରେ ଦୁଇ ମହିଳାଙ୍କୁ କୋର୍ଟଚାଲାଣ
ସେଠାରେ ମଧ୍ୟ ବୁଲ୍ଡୋଜର ଲଗାଇ ୭ଟି ଘର ଭାଙ୍ଗି ଦିଆଯାଇଛି। ପୁଲିସ ମୋଟ ୧୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପୁଲିସ ଗତକାଲି ଯେଉଁ ଦମ୍ପତିଙ୍କୁ ଅଟକ ରଖିଥିଲା ସେମାନେ କୌଣସି ପରିଚୟପତ୍ର ଏଯାଏଁ ଦେଖାଇ ପାରିନାହାନ୍ତି। ସେହିପରି ଆଜି ଯେଉଁ ୧୦ ଜଣଙ୍କୁ ଅଟକ ରଖାଯାଇଛି ସେମାନେ ପଶ୍ଚିମବଙ୍ଗର ଆଧାର କାର୍ଡ ଏବଂ ଓଡ଼ିଶାର ଭୋଟର ପରିଚୟପତ୍ର ଦେଖାଉଛନ୍ତି। ଅନ୍ୟପକ୍ଷରେ ଗତକାଲି ପୁଲିସକୁ ଆକ୍ରମଣ ଘଟଣାରେ ଗିରଫ ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଜିଲ୍ଲାପାଳ ଜେ. ସୋନାଲ କହିଛନ୍ତି ଯେ ବାଂଲାଦେଶୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/18/fshsfhfhfxbvvbbv-2025-11-18-02-22-36.jpg)