ଭୁବନେଶ୍ବର: ଆସାମରେ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନସିପ୍ ଚିଠା ପ୍ରକାଶ ପାଇବା ପରେ ଅନୁପ୍ରବେଶ ସମସ୍ୟାକୁ ନେଇ ଏବେ ଦେଶର ରାଜନୀତି ଏବେ ସରଗରମ ହୋଇଛି । ଆସାମ ଭଳି ଓଡିଶାରେ ବି ବାଂଲାଦେଶ ଶରଣାର୍ଥୀ ସମସ୍ୟା କିଛି କମ ନୁହେଁ । ଓଡିଶାର ଅନେକ ଜିଲ୍ଲାରେ ବାଂଲା ଶରଣାର୍ଥୀ ଭର୍ତ୍ତି ହୋଇଯାଇଛନ୍ତି। ବିଶେଷ କରି ଉପକୂଳ ଜିଲ୍ଲାରେ ବଢୁଛି ଶରଣାର୍ଥୀ ସମସ୍ୟା । ଅନେକ ଅଂଚଳରେ ରାଜେନେତାମାନେ ବାଂଲାଦେଶ ଶରଣାର୍ଥୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ।
/sambad/media/post_attachments/wp-content/uploads/2018/08/rohingya_refugee-300x150.jpg)
ବାଂଲାଦେଶରୁ କୋଲକାତା ଦେଇ ଓଡିଶା ଆସୁଛନ୍ତି ବାଂଲାଦେଶୀ ଆଉ ଏଠାରେ କିଛି ଦିନ ରହିବା ପରେ ସେମାନେ ରାଜନେତାଙ୍କ ଅସ୍ତ୍ର ପାଲଟିଯାଉଛନ୍ତି । ବାଂଲା ନାଗରିକମାନେ ନିର୍ମାଣ ଶ୍ରମିକ, ଛୋଟ ବ୍ୟବସାୟ, ଜରିଗୋଟାଳି ଓ ଫେରିବାଲା କାମ କରି ପେଟ ପୋଷୁଛନ୍ତି। ବଲାଙ୍ଗୀରରେ କିଛି ବଙ୍ଗଳା ଫେରିବାଲାଙ୍କ ସହ ଆମ ରିପୋର୍ଟର କଥା ହୋଇଥିଲେ । ଆଉ ସଂପୃକ୍ତ ଫେରିବାଲା ଯାହା କହିଥିଲେ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶରଣାର୍ଥୀମାନଙ୍କୁ ଭୋଟର କାର୍ଡ, ରାସନ କାର୍ଡ ସହ ଘର ତିଆରି ପାଇଁ ଜାଗା ବି ଦିଆଯାଉଛି । ୧୦-୧୫ ବର୍ଷ ରହିବା ପରେ ସ୍ଥାନୀୟ ନେତାଙ୍କ ସହୟତାରେ ଆଧାର କାର୍ଡ, ରାସନ କାର୍ଡ କରାଯାଉଛି । ଘର ତିଆରି କରି ରହିଯିବାକୁ ମଧ୍ୟ ନେତାମାନେ କହୁଥବା ପଶ୍ଚିମବଙ୍ଗରୁ ଆସିଥିବା ଫେରିବାଲା ଆମ ପ୍ରତିନିଧିଙ୍କୁ କହିଛନ୍ତି ।