ଭୁବନେଶ୍ୱର : ଆର୍ଥିକ ଅନିୟମିତତା ଅଭିଯୋଗରେ ଭଦ୍ରକ ଜିଲ୍ଲା ବଣିଆ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ଶ୍ରୀ ମଲିକଙ୍କୁ ଆଜି ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ରୀ ମଲିକ ପୂର୍ବରୁ ଆର୍ଶା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ପ୍ରକାର ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ନେଇ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି।