ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ। ଏହି ଅବସରରେ ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଁଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସୂଚନାଯୋଗ୍ୟ, ନୂଆଁଖାଇ ଅବସରରେ ରାଜ୍ୟ ସରକାର ସେପ୍ଟେମ୍ବର ୧, ୨୦୨୨ (ଗୁରୁବାର)କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।

publive-image

ନୂଆଁଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ବିଗତ ୨ ଥର କୋଭିଡ ପାଇଁ ନୂଆଁଖାଇ ଘର ଭିତରେ ସୀମିତ ଥିଲା। ନୂଆଁଖାାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଉପରେ ବାରଣ ଥିଲା। ଘରଠାରୁ ବହୁଦୂରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅନେକ ଲୋକ ଜନ୍ମମାଟିକୁ ପହଞ୍ଚି ପାରି ନଥିଲେ। ଏଥର କିନ୍ତୁ କୋଭିଡ କଟକଣା ନ ଥିବାରୁ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଘରକୁ ଆସିବା ଆରମ୍ଭ କରିଦେଇଛନ୍ତି।