ବିନିକା: ବ୍ୟାଙ୍କ କର୍ମଚାରୀ ନିଖୋଜ ଅଛନ୍ତି। ଏଣେ ବ୍ରିଜ୍ ଉପରୁ ମିଳିଛି ତାଙ୍କର ବାଇକ୍ ଓ ହେଲମେଟ୍। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ର ଚେରୁପାଲି ଅଂଗନଦୀ ବ୍ରିଜଉପରେ। ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଂଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର।
ସବୁଦିନ ଭଳି ଦିବ୍ୟ ରଂଜନ ଗତକାଲି ମଧ୍ୟ ସୋନପୁର ଜିଲ୍ଲାର ବିନିକା ଅଂଚଳକୁ ବ୍ୟାଙ୍କ କାମରେ ଯାଇଥିଲେ। ସଂନ୍ଧ୍ୟା ୬ ଟାରେ ନିଜ ସ୍ତ୍ରୀଙ୍କୁ କଲ କରି, ଘରକୁ ଫେରୁଥିବା କହିଥିଲେ। କିନ୍ତୁ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା । ତାପରେ ପରିବାର ଲୋକେ ବିନିକା ଅଂଚଳକୁ ଯାଇ ଖୋଜାଖୋଜି କରିଥିଲେ। ପରେ ରାତିରେ ଖବର ମିଲିଥିଲା, ଯେ ଚେରୁପାଲି ବ୍ରିଜ ନିକଟରେ ଏକ ବାଇକ ଥୁଆ ହୋଇଛି। ପରିବାର ଲୋକେ ଯାଇ ବାଇକ ଓ ହେଲମେଟକୁ ଚିହ୍ନଟ କରିଥିଲେ।
/sambad/media/post_attachments/wp-content/uploads/2022/08/93828886-7045-43bf-9dcd-ca265c18826e.jpg)
ବିଳମ୍ୱିତ ରାତିରେ ଲୋଇସିଂହା ଏବଂ ଡୁଙ୍ଗୁରିପାଲି ଥାନା ପୁଲିସ ଆସି ତଦନ୍ତ କରିଥିଲେ। ରାତି ହୋଇଯାଇଥିବାରୁ ଡୁଙ୍ଗୁରିପାଲି ଅଗ୍ନିଶମବାହିନୀ ବ୍ରିଜ୍ ନିକଟକୁ ଆସି କୌଣସି ପ୍ରକାର ଖୋଜାଖୋଜି ନ କରି ଫେରି ଯାଇଥିଲା ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି କରିପାରେ। ସେପଟେ ଆଶା ଓ ଆଶଙ୍କାରେ ଅଛନ୍ତି ପୂରା ପରିବାର। ପରିବାର ଲୋକଙ୍କ କହିବା କଥା, ଦିବ୍ୟରଞ୍ଜନଙ୍କର କେହି ଶତ୍ରୁ ନଥିଲେ। ପରିବାର ସହିତ ମଧ୍ୟ କୌଣସି ବିବାଦ ନଥିଲା। ତେଣୁ ସେ ଆତ୍ମହତ୍ୟା କରିନଥିବେ। ଅନ୍ୟ କିଛି ଅଘଟଣ ହୋଇଥିବା ଆଶଙ୍କା କରୁଛନ୍ତି ପରିବାର ଲୋକେ।
ଏନେଇ ଦିବ୍ୟରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର କହିଛନ୍ତି, ମୋ ପୁଅ ଗତକାଲି ବିନିକା ଯାଇଥିଲା। ସେଠାରୁ ସନ୍ଧ୍ୟାରେ ବାହାରିଥିଲା। ଏହାପରେ ତା’ର ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା। ତା’ ବାଇକ୍, ହେଲମେଟ, ବ୍ୟାଗ ପାଇଛୁ। ବହୁ ଖୋଜାଖୋଜି କରିକି ତାକୁ ପାଉନୁ। ପୁଅକୁ ଖୋଜି ଆଣିବାକୁ ପୁଲିସ୍କୁ ଅନୁରୋଧ କରିଛନ୍ତି ବାପା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/e6b4ea3e-e758-44ed-a8fd-7d9e1e7afdc0.jpg)