ନିର୍ବାଚନ ପାଇଁ ବ୍ୟାଙ୍କ ଢାଲ

ଶିଳ୍ପପତି, ଯୁବକଙ୍କୁ ଖୁସି ପାଇଁ କେନ୍ଦ୍ରର ଚାଲ୍

ଭୁବନେଶ୍ବର: ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସ୍ବାସ୍ଥ୍ୟକୁ େନଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ େଯଉଁ ଶୀତଳ ଯୁଦ୍ଧ ଚାଲିଥିଲା, ସେଥିରେ ସୁଧାର ଆସିବା ପରେ ଶେଷରେ େକନ୍ଦ୍ର ସରକାର ବ୍ୟାଙ୍କମାନଙ୍କୁ େନଇ ନୂଆ େଖଳ ଆରମ୍ଭ କରିଛନ୍ତି। ଆସନ୍ତା ନିର୍ବାଚନ ପୂର୍ବରୁ ଦୁର୍ବଳ ବ୍ୟାଙ୍କ ସ୍ଥିତିକୁ ସୁଦୃଢ କରିବା ଲାଗି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ହଜାରେ କି ଦଶ ହଜାର ନୁହେଁ, ଖୁବଶୀଘ୍ର ଏସବୁ ବ୍ୟାଙ୍କକୁ ଆସନ୍ତା ୩ମାସ ମଧ୍ୟରେ ଆଉ ୮୩ ହଜାର େକାଟି ଟଙ୍କା ଦେବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ପୂର୍ବରୁ ୬୫ ହଜାର େକାଟି େଯାଜନା େହାଇଥିଲା ଓ ଏ ମଧ୍ୟରୁ ୨୩ ହଜାର େକାଟି ପ୍ରଦାନ କରାଯାଇସାରିଛି। ଆଉ ୪୨ ହଜାର େକାଟି ଦିଆଯାଇଥାନ୍ତା। ଏମିତି ସ୍ଥିତିରେ େକନ୍ଦ୍ର ସରକାର ଆଜି ଆଉ ୪୧ ହଜାର େକାଟି ଟଙ୍କା ବ୍ୟାଙ୍କକୁ େଦବା ଲାଗି ସଂସଦର ଅନୁମତି େଲାଡିଛନ୍ତି। େକନ୍ଦ୍ର ସରକାର ଆଶା କରିଛନ୍ତି, ଥରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ସୁଧୁରିଗଲେ, ବେକାରୀ ପ୍ରସଙ୍ଗ େନଇ ବିେରାଧୀ ଯେଉଁ ନାରାବାଜି ଚଳାଇଛନ୍ତି, ତାହାର ମୁକାବିଲା କରାଯାଇପାରିବ। ଆତ୍ମନିଯୁକ୍ତି େକ୍ଷତ୍ରରେ େକନ୍ଦ୍ର ସରକାର ଋଣର ବନ୍ୟା କରିଦେବେ। ଶିଳ୍ପସଂସ୍ଥାକୁ ମଧ୍ୟ ଅଧିକରୁ ଅଧିକ ଋଣ ପ୍ରଦାନ କଲେ, ଏହା କେବଳ ନିଯୁକ୍ତି େକ୍ଷତ୍ରକୁ େପ୍ରାତ୍ସାହିତ କରିବ ତା ନୁହେଁ, ଶିଳ୍ପଜଗତ ଯେଭଳି ସରକାର ବିେରାଧୀ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ପାଗ ଭିଡୁଛନ୍ତି, ସେଥିରେ ବି ସୁଧାର ଆସିପାରେ। େକନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ େନଇ ଅର୍ଥନୀତିଜ୍ଞମାେନ ବିସ୍ମୟ ପ୍ରକଟ କରିଛନ୍ତି। କିନ୍ତୁ ରାଜନୈତିକ ମହଲର କହିବା କଥା େହଉଛି, ଏହା ନିର୍ବାଚନ ପରିପ୍ରେକ୍ଷୀରେ େକନ୍ଦ୍ର ସରକାରଙ୍କର ଏକ ବଡ଼ ଚାଲ୍ ବୋଲି କୁହାଯାଇପାରେ।

ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଅଧିକ ପାଣ୍ଠି
ଅତିରିକ୍ତ ୪୧ହଜାର କୋଟି ଦେବାକୁ ନିଷ୍ପତ୍ତି

ଏହି ୮୩ ହଜାର େକାଟି ଟଙ୍କା ବ୍ୟାଙ୍କମାନଙ୍କୁ ପ୍ରଦାନ କରାଗଲେ, ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଗୁଡ଼ିକୁ ସରକାରଙ୍କ ପୁଞ୍ଜି ରାଶି ପ୍ରଦାନ ୧ ଲକ୍ଷ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହାଦ୍ବାରା ରିଜର୍ଭ ବ୍ୟାଙ୍କର ପ୍ରମ୍ପଟ୍ କରେକ୍ଟିଭ ଆକ୍ସନ ( ତ୍ବରିତ ସୁଧାରମୂଳକ କାର୍ଯ୍ୟକ୍ରମ) ତାଲିକାରେ ରହିଥିବା ୧୧ଟି ବ୍ୟାଙ୍କ ମଧ୍ୟରୁ କେତୋଟି ମୁକୁଳି ପାରିବେ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ସରକାର ୨ ବର୍ଷ ମଧ୍ୟରେ ବ୍ୟାଙ୍କ ଗୁଡ଼ିକୁ ଯେଉଁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ ତାହା ବାଦ ଏହି ୪୧ ହଜାର କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକୁ ମିଳିବ। ଦେଶରେ ଏବେ ଥିବା ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ୧୧ଟି ପିସିଏ ବର୍ଗରେ ଅଛନ୍ତି। ଏହାବାଦ୍ ଆଉ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିସିଏ ବର୍ଗକୁ ଆସିଯିବା ଭଳି ପରିସ୍ଥିତିରେ ପହଞ୍ଚି ଯାଇଛନ୍ତି। ଅତିରିକ୍ତ ପୁଞ୍ଜି ମିଳିବା ଫଳରେ ଏମାନେ ରିଜର୍ଭ ବ୍ୟାଙ୍କର ପିସିଏ ତାଲିକାରୁ ବର୍ତ୍ତିଯିବେ ବୋଲି ଆର୍ଥିକ ସେବା ସଚିବ ରାଜୀବ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବରରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ଦୁଇଟି ଆର୍ଥିକ ବର୍ଷ ମଧ୍ୟରେ ଦେବାକୁ ଘୋଷଣା କରିଥିଲେ। ଏଥିରୁ ବଜେଟ୍ ସହାୟତା ମାଧ୍ୟମରେ ୧୮,୧୩୯ କୋଟି ଟଙ୍କା ଦିଆଯିବାକୁ େଯାଜନା େହାଇଛି। ରିକ୍ୟାପିଟାଇଲେଜସନ୍ ବଣ୍ଡ୍ ବାବଦରେ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ଏବଂ ଅବଶିଷ୍ଟ ପ୍ରାୟ ୫୮ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟାଙ୍କ ଗୁଡ଼ିକ େଖାଲା ବଜାରରୁ ସଂଗ୍ରହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବେସେଲ୍ ୩ ମାନଦଣ୍ଡକୁ ପୂରଣ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ଆସନ୍ତା ମାର୍ଚ୍ଚ ସୁଦ୍ଧା ଷ୍ଟର୍କ ମାର୍କେଟରୁ ଏହି ୫୮ ହଜାର କୋଟି ଟଙ୍କା ସଂଗ୍ରହ କରିବେ। ତେବେ ଏହି ୫୮ ହଜାର କୋଟି ଟଙ୍କା ମଧ୍ୟରୁ ପ୍ରାୟ ୨୪,୪୦୦ କୋଟି ଟଙ୍କା ଏବେ ସୁଦ୍ଧା ସଂଗ୍ରହ କରାଯାଇ ସାରିଲାଣି। ପ୍ରକାଶଥାଉକି, େକନ୍ଦ୍ରର ଅତିରିକ୍ତ ୪୧ ହଜାର େକାଟି ଟଙ୍କାର ପ୍ରଦାନ ନିଷ୍ପତ୍ତି ପରେ ବ୍ୟାଙ୍କକୁ େମାଟ ପୁଞ୍ଜି େଯାଗାଣ ୨ଲକ୍ଷ ୫୨ ହଜାର େକାଟିରେ ପହଞ୍ଚିବ।

ସମ୍ବନ୍ଧିତ ଖବର