ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ, ଋଣ ଶୁଝିବା ଲାଗି ଲୁଟ୍ କରିଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ୨୫ ବର୍ଷିୟ ସୌମ୍ୟରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ବ୍ୟାଙ୍କ୍ ଋଣ ଶୁଝିବା ପାଇଁ ଲୁଟ୍ କରିଥିବା ଜଣାପଡ଼ିଛି । ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ବ୍ୟାଙ୍କ ଲୁଟର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ଗାଡ଼ି ଓ ବନ୍ଧୁକ ଜବତ କରିଛି ପୁଲିସ । ତେବେ ଲୁଟ୍ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର କୌଶଳ ଶିଖିଥିଲା ଅଭିଯୁକ୍ତ।
ଅଭିଯୁକ୍ତ ସୌମ୍ୟରଞ୍ଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନରେ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ଶୁଝି ପାରିନଥିଲା । ଲୁଟ୍ ଅଭିଯୋଗ ଆସିବା ପରେ କମିସନରେଟ୍ ପୁଲିସ ଚତୁରତାର ସହ ତଦନ୍ତ କରି ଅପରାଧୀକୁ ଗିରଫ କରିଥିବା ପୁଲିସ କମିସନର କହିଛନ୍ତି ।

ସମ୍ବନ୍ଧିତ ଖବର