ଭୁବନେଶ୍ୱର: ଟିଣ୍ଡର ଅପ୍ ଘଟଣାରେ ବିଚିତ୍ର ମୋଡ । କୋର୍ଟ ଚାଲାଣ ହେଲେ ଅଭିଯୋଗକାରୀ ଆଉ ଜାମିନ ପାଇ ଘରକୁ ଫେରିଲେ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଯୁବତୀ । ବ୍ଲାକମେଲିଂ ଓ ଅପହରଣର ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଟିଣ୍ଡର ଆପ ମାମଲାରେ ଉଭୟ ପକ୍ଷର ୫ ଜଣଙ୍କୁ ପୁଲିସ ଗିରଫ କରିଥଲା, ତେବେ ପୁଲିସ, ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଏମାନଙ୍କ ମଧ୍ୟରେ ବ୍ୟାଙ୍କ ମ୍ୟାନେଜର ଓ ଯୁବତୀଙ୍କ ୩ ସହଯୋଗୀ ଅଛନ୍ତି । ସବୁଠାରୁ ବଡ କଥା ହେଉଛି, ଯୁବତୀଙ୍କୁ ଥାନାରୁ ପୁଲିସ ଜାମିନ ଦେଇଛି ।

Advertisment

publive-image

ଯୁବତୀଙ୍କ ବିରୋଧରେ ଲାଗିଥିବା ଅପରାଧିକ ଷଡଯନ୍ତ୍ର ଓ ଅପହରଣ ମାମଲାର ଧାରା ୪୧ ଆଧାରରେ ପୁଲିସ ନୋଟିସ୍ କରିଛି । ଚର୍ଚ୍ଚା ହେଉଛି, ମାମଲା ପଲଟିଗଲା, ଆଉ ଅଭିଯୋଗକାରୀଙ୍କୁ ହିଁ କୋର୍ଟ ଚାଲାଣ କରାଯାଇଛି । ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ପୁଲିସ ସଙ୍ଗୀନ ଦଫା ଲଗାଇଛି ।

ଥଣ୍ଡା ପାନୀୟରେ ନିଶା ଦେବା ଅଭିଯୋଗରେ ଦଫା ୩୨୮, ଏବଂ ଦୁଷ୍କର୍ମ କରିବା ଅଭିଯୋଗରେ ଦଫା ୩୭୬ରେ ମାମଲା ହୋଇଛି । ଯୁବତୀଙ୍କ ୩ ସହଯୋଗୀଙ୍କ ବିରୋଧରେ ବି ସଙ୍ଗୀନ ଦଫା ଲଗାଇଛି ପୁଲିସ, ଅପହରଣ କରିବା ୩୬୫, ଠକେଇ କରିବା ଦଫା ୪୨୦, ଅପରାଧିକ ଷଡଯନ୍ତ୍ର କରିବା ଦଫା ୧୨୦ ବି’, ଚୋରୀ ଅଭିଯୋଗରେ ଲାଗିଛି ୩୭୯ ଏବଂ ଏକାଧିକଙ୍କ ସଂପୃକ୍ତି ନେଇ ଦଫା ୩୪ରେ ମାମଲା ରୁଜୁ ହୋଇଛି ।