ଜଟଣୀ : ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ରେ ଏକ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ଜଣେ ବ୍ୟାଙ୍କ ମ୍ୟାନେଜର୍ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟାଙ୍କ ମ୍ୟାନେଜର୍ଙ୍କ ନାମ ହେମଚନ୍ଦ୍ର ବେହେରା(୪୯)। ଘର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିଶୋଲା କେସୁବାନୀ ଗ୍ରାମରେ ବୋଲି ଜଣାପଡ଼ିଛି। ହେମଚନ୍ଦ୍ର ଇଣ୍ଡିଆନ୍ ବ୍ୟାଙ୍କ ଜଟଣୀ ଶାଖା ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଏଥିପାଇଁ ପ୍ରତିଦିନ ସେ ବ୍ରହ୍ମପୁରରୁ ଖୋର୍ଦ୍ଧା ରୋଡ୍କୁ ଟ୍ରେନ୍ରେ ଯିବାଆସିବା କରିଥାନ୍ତି। ତେବେ ଆଜି ସକାଳ ପ୍ରାୟ ସାଢ଼େ ୯ଟାବେଳେ ସେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ରେ ଓହ୍ଲାଇବାବେଳେ ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ଉପରେ ଟ୍ରେନ୍ ଚଢ଼ି ଯାଇଥିଲା। ରେଳବାଇ ପୁଲିସ (ଜିଆର୍ପି) ଘଟଣାସ୍ଥଳରୁ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସ୍ଆଇ ରମେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍ରେ ଟ୍ରେନ୍ରୁ ଖସି ବ୍ୟାଙ୍କ୍ ମ୍ୟାନେଜର୍ଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/12/khordha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)