ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା!

ଥୁଆମୂଳ ରାମପୁର : କଳାହାଣ୍ଡି  ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ୟୁଜିବି ବ୍ୟାଙ୍କ ମ୍ୟାନେଜର ନିର୍ମଳ ପ୍ରସାଦ ଧଙ୍ଗଡ଼ାମାଝୀ (୫୯) ସୋମବାର ଆତ୍ମହତ୍ୟା କରିଛନ୍ତି। ଭବାନୀପାଟଣା ପୁରୁଣାପଡା ବ୍ୟାଙ୍କ କଲୋନିର ବାସିନ୍ଦା ନିର୍ମଳ ପ୍ରସାଦ ସୋମବାର ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରେ ତାଙ୍କ ଚାମ୍ବରର କବାଟ ବନ୍ଦ ଥିଲା। ସେ ଭିତରୁ ଛଟପଟ ହୋଇ ଚିତ୍କାର କରିଥିଲେ। କର୍ମଚାରୀଙ୍କ ଖବର ପାଇ ଗୁଣପୁର ପୁଲିସ ଏଠାରେ ପହଞ୍ଚିଥିଲେ। ଝରକା ଭାଙ୍ଗି ନିର୍ମଳଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର