ଜୟପୁର: ହଜାରେ ଟଙ୍କା ନେବାକୁ ଆସିଲେ ପାହାରେ ଖାଇଲେ | କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଜୟପୁର ନିକଟସ୍ଥ ଫାମ୍ପୁନି, ବଡଜିଉନା, ଏକମ୍ବା ସମେତ ଅଧିକାଂଶ ଗ୍ରାମର ବହୁ ସଂଖ୍ୟାରେ ଆଦିବାସୀ ଲୋକ ସେମାନଙ୍କ ଜମାଖାତାରୁ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ | ସେମାନଙ୍କ ଜନଧନ ଆକାଉଣ୍ଟରେ ହଜାରେ ଟଙ୍କା ଲେଖାଏଁ ଜମା ହୋଇଥିବାର ଶୁଣି ବହୁ ସଂଖ୍ୟାରେ ମହିଳାମାନେ ସହରର ମୁଖ୍ୟ ରାସ୍ତାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଆସିଥିଲେ |
/sambad/media/post_attachments/wp-content/uploads/2020/04/f855a3e6-1042-4135-a88d-2c58202b25e8.jpg)
୨୦ କିଲୋମିଟର ଦୂରରୁ ଚାଲି ଚାଲି ମହିଳାମାନେ ଆସିଥିବା ବେଳେ ଶହ ଶହ ସଂଖ୍ୟାରେ ବ୍ୟାଙ୍କ ସାମ୍ନାରେ ରୁଣ୍ଡ ହୋଇଥିଲେ | ସାମାଜିକ ଦୂରତ୍ୱକୁ ନ ମାନି ଶହ ଶହ ସଂଖ୍ୟାରେ ମହିଳା ରୁଣ୍ଡ ହୋଇଥିବା ଜାଣି ପୁଲିସ ସେଠାରେ ପହଂଚି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲକଡାଉନ୍ ନିୟମ ମାନି ନଥିବା ଓ ସାମାଜିକ ଦୂରତା ବଜାୟ ରଖି ନଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ତେବେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିବାବେଳେ ପୁଲିସ ପହଂଚି ନିରୀହ ଆଦିବାସୀ ମହିଳାମାନଙ୍କୁ ଘଉଡାଇଥିଲା | ତେବେ ପ୍ରଶାସନ ଓ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନ କରାଯାଇ ମହିଳାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/cf9d8b25-caaa-452d-8762-93553ecd8110-1.jpg)