ନୂଆଦିଲ୍ଲୀ : ଆଜି ଠାରୁ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ। ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ସ୍ବାଭାବିକ ଭାବେ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହା ପରେ ସୋମବାର ଓ ମଙ୍ଗଳବାର ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଛି। ଶ୍ରମିକ ସଂଗଠନ ପକ୍ଷରୁ ଚଳିତ ମାସ ୨୮ ଓ ୨୯ରେ ସର୍ବଭାରତୀୟ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରେ ବ୍ୟାଙ୍କ କର୍ମଚରୀ ସଂଘଗୁଡ଼ିକ ସାମିଲ ହେବେ ବୋଲି ଜଣାପଡ଼ିଛି।
ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ ଦୁଇ ଦିନିଆ ଧର୍ମଘଟରେ ସାମିଲ ହେବାକୁ ନେଇଥିବା ନିଷ୍ପତ୍ତି ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷମାନଙ୍କ ସଂଘ ‘ଭାରତୀୟ ବ୍ୟାଙ୍କ ସଂଘ’କୁ ଅବଗତ କରିଛନ୍ତି। ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ରୋକିବା ଲାଗି କିଛି ବ୍ୟବସାୟୀ ସଂଘ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bank-closed.jpg)