ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ଦେଢ଼ ମାସ ଧରି ଲାଗି ରହିଥିବା ବିବାଦର ଆଜି ଅନ୍ତ ଘଟିଛି। ଏହି ବିବାଦ ଯୋଗୁ ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ବନକଲାଗି ହୋଇ ନଥିଲା। ଶେଷରେ ମହାପ୍ରଭୁ ଆଜି ବନକଲାଗି ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତିକ୍ରମେ ବୁଧବାର ହିଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି। ବନକଲାଗି ପାଇଁ ଆଜି ଅପରାହ୍ଣ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଆଜି ଅପରାହ୍ଣ ୪ଟା ୧୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା। ୫ଟା ୨୦ରେ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ବାର ବନ୍ଦ ହୋଇଥିଲା। ବେହେରଣ ଦ୍ବାର ଦେଇ ଦତ୍ତ ମହାପାତ୍ର ସେବକମାନେ ୫ଟା ୪୫ରେ ବନକପେଡ଼ି ସହ ବନକଲାଗି ପାଇଁ ପ୍ରବେଶ କରିବା ସହ ସିଂହାସନକୁ ଉଠି ବନକଲାଗି କରିଥିଲେ। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଓ ହିଙ୍ଗୁଳ, ହରିତାଳ ଆଦି ରଙ୍ଗ ଯୋଗାଇ ଦିଆଯାଇଥିଲା। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥିଲେ। ମହାସ୍ନାନ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
ବନକଲାଗି ହେଲେ ମହାପ୍ରଭୁ: ଦେଢ଼ ମାସ ପରେ ବିବାଦର ଅନ୍ତ
/sambad/media/post_attachments/wp-content/uploads/2023/06/puri-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)