ବାଙ୍କୀ ଡବଲ ମର୍ଡର ଘଟଣା; ପୁଲିସ ପଞ୍ଝାରେ ଆଉ ୩

କଟକ/ବାଙ୍କୀ : ବହୁଚର୍ଚ୍ଚିତ ବାଙ୍କୀ ଡବଲ୍‌ ମର୍ଡର ଘଟଣାରେ ପୁଲିସ ଆଉ ୩ ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନଙ୍କୁ ଫୁଲବାଣୀ ଓ ନୟାଗଡ ଅଞ୍ଚଳରୁ ଧରିଛି ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ଓରଫ୍‌ ସୁଶାନ୍ତ ପ୍ରଧାନ (୪୦), ବଳଭଦ୍ର ପ୍ରଧାନ ଓରଫ୍‌ ବଳିଆ, ଜିତୁ ଓରଫ୍‌ କାଳିଆ ଓରଫ୍‌ ଜିତେନ୍ଦ୍ର ସ୍ବାଇଁଙ୍କୁ ବୁଧବାର ଦୁଇ ଦିନିଆ ରିମାଣ୍ଡରେ ଆଣି ପାଇଁ ବାଙ୍କୀ ପୁଲିସ ସାମ୍ନାସାମ୍ନି ଜେରା କରି ସତ ଉଗାଲୁଛି। ତେବେ ଆଜି ଅଟକ ରଖିଥିବା ୩ ଅଭିଯୁକ୍ତ ଓ ରିମାଣ୍ଡରେ ଆଣିଥିବା ୩ଜଣଙ୍କୁ ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହା‌େତଇଛି। ଏଥିସହ ବାକି ଫେରାର ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଏମାନଙ୍କ ମାଧ୍ୟମରେ ଧରିବାରେ ସକ୍ଷମ ହେବ ପୁଲିସ ବୋଲି ଆଶା ରଖିଛି। ଅନ୍ୟପଟେ, ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ହତ୍ୟା କରାଯିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦୁଇ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶୋକବାର୍ତ୍ତା ପଠାଇଛନ୍ତି। ଉଲ୍ଲେଖ୍ୟଯୋଗ୍ୟ, ଭଗବାନ ସ୍ବାଇଁ, ଆଦିତ୍ୟ ରଣସିଂହ ଓ ବବୁଲୁ ଓରଫ୍‌ ରଞ୍ଜନ ସିଂହ ଗତ ୧୫ତାରିଖ ଦିନ ବାଙ୍କୀ ବ୍ଲକ୍‌ରୁ କାମ ସାରି ବାଇକ୍‌ରେ ଗାଁକୁ ‌ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଭଗବାନ ଓ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିବାବେଳେ ରଂଜନ ଅଳ୍କକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର