ନୂଆଦିଲ୍ଲୀ: ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଜାମିନ ବାତିଲ ନେଇ ସିବିଆଇର ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସିବିଆଇର ଏହି ଆବେଦନ ଖାରଜ କରିଦେଇଛନ୍ତି। ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ୨୦୧୪ ଅକ୍ଟୋବର ୩୧ରେ ସିବିଆଇ ବିଧାୟକଙ୍କୁ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୩ରେ ଓଡ଼ିଶା ହାଇକୋର୍ଟ ବିଧାୟକ ଶ୍ରୀ ତ୍ରିପାଠୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ହାଇକୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ଜାମିନକୁ ବାତିିଲ କରିବାପାଇଁ ସିବିଆଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସେପ୍ଟେମ୍ବର ୨୦୧୫ରେ ସୁପ୍ରିମକୋର୍ଟରେ ସିବିଆଇ ଦ୍ୱାରା ପ୍ରଭାତ ତ୍ରିପାଠୀଙ୍କ ଜାମିନ ବାତିଲ ସମ୍ପର୍କିତ ସ୍ୱତନ୍ତ୍ର ଲିଭ୍ ପିଟିସନ୍ରେ ପ୍ରଭାତ ତ୍ରିପାଠୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ଯୁକ୍ତି ଦର୍ଶାଇ ହାଇକୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ଜାମିନକୁ ବାତିଲ ପାଇଁ ଆବେଦନ କରାଯାଇଥିଲା। ସିବିଆଇର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଡିସେମ୍ବର ୨୦୧୫ରେ ପ୍ରଭାତ ତ୍ରିପାଠୀଙ୍କୁ ନୋଟିସ୍ ଜାରି କରି ଜବାବ ତଲବ କରିଥିଲେ। ଏହାପରେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ସିବିଆଇ ଆବେଦନର ଜବାବ ରଖି ପ୍ରଭାତ ତ୍ରିପାଠୀଙ୍କ ପକ୍ଷରୁ ଦୁଇ ବରିଷ୍ଠ ଓକିଲ ଯଶୋବନ୍ତ ଦାଶ ଓ କେଦାରନାଥ ତ୍ରିପାଠୀ ଖଣ୍ଡପୀଠଙ୍କ ନିକଟରେ କହିଥିଲେ ଯେ ହାଇକୋର୍ଟରୁ ଜାମିନ ମିଳିବାପରେ ପ୍ରଭାତ ତ୍ରିପାଠୀଙ୍କ ତରଫରୁ ସମସ୍ତ ସର୍ତ୍ତ ପାଳନ କରାଯାଉଛି। କୌଣସି ସାକ୍ଷ୍ୟଙ୍କୁ ସେ କେବେ ହେଲେ ପ୍ରଭାବିତ କରିନାହାନ୍ତି ଏବଂ ତାଙ୍କର ଚରିତ୍ର ମଧ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛ। ଅପରପକ୍ଷେ ସିବିଆଇ ଓକିଲ କେ ରାଘବଚାରୁଲୁଙ୍କ ଦ୍ୱାରା ଯେଉଁ ସବୁ ଯୁକ୍ତି ଦର୍ଶାଯାଇଥିଲା ତାହା ଖଣ୍ଡପୀଠଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା।
ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଆଶ୍ୱସ୍ତ
ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ
/sambad/media/post_attachments/wp-content/uploads/2017/11/26oriHOT-Tripathy_175629.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)