ରେମଣ୍ଡା : ମାଟ୍ରିକ ପରୀକ୍ଷାରେ ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସେବା ପ୍ରଶ୍ନପତ୍ର ବିଭ୍ରାଟ ସଂପର୍କରେ ଗୁରୁବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ କର୍ତୃପକ୍ଷ ଚେଇଁଛନ୍ତି। ବୋର୍ଡ ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସେବା ପରୀକ୍ଷା ଆସନ୍ତା ୭ ତାରିଖ ପୁନର୍ବାର କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ଅତାବିରା ନୋଡାଲ ବିଦ୍ୟାଳୟକୁ ତଥା ରେମଣ୍ଡା ସରକାରୀ ହାଇସ୍କୁର ସୁପରିଟେଣ୍ଡେଣ୍ଟ ପାଖକୁ ବୋର୍ଡରୁ ଆସିଥିବା ନମ୍ବର ୪୧୪ (ତାରିଖ ୨୮/୨/୧୯) ନୋଟିଫିକେସନ୍ରୁ ସ୍ପଷ୍ଟ ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ଅତାବିରା ବ୍ଳକ ପତ୍ରାପାଲି ଗ୍ରାମ ପଞ୍ଚାୟତ ହାଇସ୍କୁଲ କେନ୍ଦ୍ରରେ ଧନ୍ଦାମୂଳକ ଶିକ୍ଷାର ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସେବା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ମିଳିଥିବା ପ୍ରଶ୍ନ ପତ୍ରରେ ବ୍ୟାଙ୍କିଙ୍ଗ୍ ବଦଳରେ ବୀମା ସଂକ୍ରାନ୍ତୀୟ ପ୍ରଶ୍ନ ଥିବା ଅଭିଯୋଗ ହୋଇଥିଲା। ପରୀକ୍ଷା ସମୟ ଶେଷ ହେବା ପରେ ହତାଶ ଛାତ୍ରଛାତ୍ରୀ କେନ୍ଦ୍ର ବାହାରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରୀକ୍ଷା ଦେଉଥିବା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠାରେ ଅଭିଯୋଗ କରି ପୁନଃ ବ୍ୟାଙ୍କିଙ୍ଗ୍ ପରୀକ୍ଷା କରାଯିବାକୁ ଦାବି କରିଥିଲେ।
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ଘଟଣା : ୭ରେ ସାନି ବ୍ୟାଙ୍କିଙ୍ଗ୍ ପରୀକ୍ଷା
/sambad/media/post_attachments/wp-content/uploads/2019/03/SBPHO27-Remanda-Banking-Exam-Sylabus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)