ଭୁବନେଶ୍ବର : ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଖୋର୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମରେ ସକାଳ ୮ଟାରୁ ଦିନ ୨ଟା ଯାଏ ବ୍ୟାଙ୍କ ଖୋଲିବ। ସାମାଜିକ ଦୂରତା ରଖି ଦିନ ୧ଟା ଯାଏ ବ୍ୟାଙ୍କମାନେ ଗ୍ରାହକଙ୍କୁ ସେବା ଯୋଗାଇ ଦେବେ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦେଶନାମା ବଳବତ୍ତର ରହିବ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କୌଣସି ପରିସ୍ଥିତିରେ ବ୍ୟାଙ୍କମାନେ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଅନୁମତି ଦେବେ ନାହିଁ। ବ୍ୟାଙ୍କମାନଙ୍କରେ ଗହଳିକୁ ଏଡ଼ାଇବା ପାଇଁ ଏଭଳି କରାଯାଇଛି। ଏହାର ପାଳନ ଲାଗି ବ୍ୟାଙ୍କମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି।
ଲକ୍ଡାଉନ୍ ଅଞ୍ଚଳରେ ୮ଟାରୁ ୨ଟା ଯାଏ ବ୍ୟାଙ୍କ ସେବା
/sambad/media/post_attachments/wp-content/uploads/2019/11/bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)