ଲକଡାଉନ ଅଂଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ପାଇଁ ଗତ ୧୭ ତାରିଖ ରାତି ୯ଟାରୁ ଠାରୁ ଆରମ୍ଭ ହୋଇଥିବା ଲକଡାଉନ ଅଂଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ନୂତନ ଆଦେଶନାମା ଜାରି କରିଛନ୍ତି ।

ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ଖୋର୍ଦ୍ଧା, ଗଂଜାମ, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଂଚଳରେ ଲକଡାଉନ ଜାରି ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ଗତ ୧୬ ତାରିଖ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ସବୁ ଅଂଚଳରେ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । କିନ୍ତୁ ଗ୍ରାହକମାନେ ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ବ୍ୟାଙ୍କକୁ ଯାଇପାରିବେ ।

ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବ୍ୟାଙ୍କ ଗୁଡ଼ିକ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ନେଇ ପରିଚାଳନା କରାଯାଇପାରିବ ନାହିଁ । ସେହିପରି ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ କୁହାଯାଇଛି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ଏଥି ପାଇଁ ସହଯୋଗ କରିବେ ।

ସମ୍ବନ୍ଧିତ ଖବର