ଅଧାରେ ଅଟକିଛି ବା˚ଶଡ଼ା ସେତୁ : ୨୧ ଥର ଟେଣ୍ତର ପରେ ଅସମ୍ପୂର୍ଣ୍ଣ, ଫସର ପାଟିଲା ଟର୍ଣ୍ଣ କି’ ପଦ୍ଧତି, ଅକ୍ଟୋବର ବର ୧୫ ସୁଦ୍ଧା ନ ହେଲେ ରେଳରୋକ

ଚାନ୍ଦବାଲି : ଧାମରା ବନ୍ଦରକୁ ଯିବାକୁ ବୈତରଣୀର ଶାଖା ମନ୍ତେଇ ନଦୀ ପ୍ରତିବନ୍ଧକ ପାଲଟିଛି । ଏହି ନଦୀ ଉପରେ ନିର୍ମିତ ସେତୁ ପାଇଁ ନାନା ସମସ୍ୟା ଦେଖାଦେଇଛି। କେତେବେଳେ ସେତୁ ନିର୍ମାଣକାରୀ ସ˚ସ୍ଥା ଅଧା କରି ପଳାଇ ଯାଉଛି ତ କେତେବେଳେ କେନ୍ଦ୍ର ଜଳପଥ ନିର୍ଦ୍ଦେଶାଳୟର ପ୍ରତିବନ୍ଧକ ସାଜିଛି। ୨୧ଥର ଟେଣ୍ଡର ପରେ ବି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଅକ୍ଟୋବର ୧୫ ସୁଦ୍ଧା କାର୍ଯ୍ୟ ଆରମ୍ଭ ନହେଲେ, ରେଳରୋକ କରାଯିବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।

୨୦୧୪ ମସିହାରେ ସେତୁର ନିର୍ମାଣ କ‌ାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ ମସିହାରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ବିଭାଗ ତରଫରୁ ୨୦ କୋଟି ଟଙ୍କା ବ୍ୟୟ ବରାଦରେ ଟର୍ଣ୍ଣ କି ପଦ୍ଧତିରେ ଟେଣ୍ତର ଦିଆଯାଇଥିଲା। ପୂର୍ବରୁ ୨୦ ଥର ଟେଣ୍ତର ହୋଇଥିଲା। ମାତ୍ର, ଟେଣ୍ଡର ନେଇଥିବା ହରିଆନାର ସେତୁ ନିର୍ମାଣକାରୀ କମ୍ପାନୀ ୬ମାସରୁ ଅଧିକ ହେବ କାମ ବନ୍ଦ କରିଛି। େୱଲ୍‌ ଫାଉଣ୍ତେସନ ନକ୍ସା ମାଧୢମରେ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ମାତ୍ର ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଖମ୍ବ ଭୁଶୁଡ଼ି ପଡ଼ିଥିବା ବେଳେ ଉକ୍ତ ଖମ୍ବ ନିକଟରେ ଆଉ ଗୋଟିଏ ଖମ୍ବ ନିର୍ମାଣ କରି ୬ମାସ ହେବ ଅଧାଗଢ଼ାରେ ଅଟକି ରହିଛି।

ଅନ୍ୟପଟେ କେନ୍ଦ୍ର ଜଳପଥ ନିର୍ଦ୍ଦେଶାଳୟ ପକ୍ଷରୁ ସେତୁର ଡିଜାଇନ ଉପରେ ରୋକ୍‌ ଲଗାଯିବାରୁ ସେତୁ କାର୍ଯ୍ୟ ଅଟକିଛି। ଏବେ ଅବଧି ସରିବାର ୩ ବର୍ଷ ବିତିଯାଇଥିଲେ ମଧୢ ନିର୍ମାଣ କାମ ଅଧା ହୋଇନାହିଁ।

ଏହି ସେତୁ ଅସମ୍ପୂର୍ଣ୍ଣ ସମ୍ପର୍କରେ ବିଧାୟକ ବ୍ୟୋମକେଶ ରାୟ କହନ୍ତି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେନ୍ଦ୍ର ସରକାରଙ୍କ ଅନ୍ତର୍ଦ୍ଦେଶୀୟ ଜଳପଥ ଅଯଥା ହସ୍ତକ୍ଷେପ ପ୍ରତିବନ୍ଧକ ସାଜିଛି।

ଅପରପକ୍ଷେ, ବିଜେପି ନେତା ମନମୋହନ ସାମଲ କହିଛନ୍ତି ବିଜେପି ସହିତ ବିଜେଡ଼ି ମିଳିତ ସରକାର ସମୟରେ ଏହି ବ୍ରିଜ ପାଇଁ ଏଲଏଣ୍ତଟି କମ୍ପାନୀ ନେଇଥିଲା। କିନ୍ତୁ ଏଲଏଣ୍ତଟିକୁ କାଟି ତାଙ୍କର ଜଣେ କର୍ମୀଙ୍କୁ ଦେବା ଫଳରେ ସେତୁର ଖମ୍ବ ଭୁଶୁଡ଼ିଲା।

କ˚ଗ୍ରେସ ନେତା ଦିଗମ୍ବର ଦାସ କହନ୍ତି ସେତୁ ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁଠି ଗୋଟିଏ ଘର ନିର୍ମାଣରେ ୨୦/୨୫ ଶ୍ରମିକ କାର୍ଯ୍ୟ କରନ୍ତି ଏଠି ପୋଲ ନିର୍ମାଣରେ ୫/୬ ଜଣ ଶ୍ରମିକ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ପ୍ରକାଶଥାଉକି, ଚାନ୍ଦବାଲି ବ୍ଳକର ୨୫ ପ˚ଚାୟତର ଜନସାଧାରଣଙ୍କ ସମେତ ହଜାର ହାଜର କମ୍ପାନୀ କର୍ମଚାରୀ ଯିବାଆସିବା କରୁଥିବା ବେଳେ ଭରସା ପାଲଟିଛି ନଦୀଘାଟ। ଘାଟ ବନ୍ଦ ହୋଇଗଲେ ଲୋକେ ରେଳ ବ୍ରିଜ ଉପରେ ନିର୍ଭର କରନ୍ତି।

ସମ୍ବନ୍ଧିତ ଖବର