ବିପଦ ସଙ୍କେତ ଟପିଲା ବଂଶଧାରା

କାଶୀନଗର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା। ତିିତଲି ପ୍ରଭାବରୁ ଲାଗିରହିଥିବା ବର୍ଷା ଯୋଗୁଁ କାଶୀନଗର ନିକଟରେ ବଂଶଧାର ନଦୀ ଉଛୁଳିଥିବା ଦେଖିବାକୁ ମିଳିଛି।କାଶୀନଗର ଠାରେ ବଂଶଧାରା ବିପଦ ସଙ୍କେତ ୫୪.୬୦ ମିଟର ରହିଥିବା ବେଳେ ରାତି ୯ ସୁଦ୍ଧା ବିପଦ ସଙ୍କେତ ଠାରୁ ଏକ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୫ଟା ବେଳକୁ ବଂଶଧାରାର ଜଳସ୍ତର ରହିଥିଲା ୫୩.୨୭ ମିଟର। ସନ୍ଧ୍ୟା ୬ଟାରେ ଏହା ୫୪.୪୦ ମିଟରକୁ ବୃଦ୍ଧି ପାଇଥିଲା। ସନ୍ଧ୍ୟା‌ ୭ରେ ଜଳସ୍ତର ୫୪.୯୩ ରେ ପହଞ୍ଚି ବିପଦ ସଙ୍କେତ ଟପିଥିଲା। ରାତି ୯ଟାରେ ୫୫.୬୪ ମିଟର ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଗତକାଲି ଠାରୁ କାଶୀନଗରରେ ୧୧୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର