ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ସିଲ୍ କରିଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଥିବାର ଖବର ମିଳିଛି। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। ଅନ୍ୟ ସବୁ ଦୋକାନ ବନ୍ଦ ରହିବ।

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର