ଜିଲ୍ଲା ଓକିଲ ସଂଘ ନିର୍ବାଚନ: ତ୍ରିନାଥ ପୁଣି ସଭାପତି ନିର୍ବାଚିତ

ଝାରସୁଗୁଡ଼ା: ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଶୁଭଳେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି। ଆଜି ନିର୍ବାଚନ ପରେ ଭୋଟ ଗଣତି ପ୍ରକ୍ରିୟା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଜିଲ୍ଲା ଓକିଲ ସଂଘ ସଭାପତି ଥିବା ତ୍ରିନାଥ ଗୁଆଲ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଗୁଆଲ ୧୧୩ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସଭାପତି ପଦରେ ବିଜୟ ଷଡ଼ଙ୍ଗୀ, ରାଧାକାନ୍ତ ସା, ସିୟାରାମ ଦାସ ଓ ତ୍ରିନାଥ ଗୁଆଲ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।

ଉପ ସଭାପତି ଭାବେ ଅମିୟ ପାଣିଗ୍ରାହୀ, ସାଧାରଣ ସଂପାଦକ ପଦରେ ଅସିତ ବେହେରା ଓ କୋଷାଧ୍ୟକ୍ଷ ଭାବେ ବିକାଶ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଦୁଇଟି ଯୁଗ୍ମ ସଂପାଦକ ପଦବିରେ ଜଣେ ଲେଖାଁଏ ନାମାଙ୍କନ ଭରି ଥିବାରୁ ଏହି ଦୁଇ ପଦବି ମୋନିଷ ବାଜପାୟୀ ଓ ସଞ୍ଜିତ ପ୍ରସାଦ ରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସେହିପରି ୫ଟି କାର୍ଯ୍ୟକାରୀ ସଦସ୍ୟ ପଦରେ ୬ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିବା ବେ‌ଳେ ସୁଭ୍ରାନ୍ତ ଭୋଇ, ପ୍ରଭୁ ଚରଣ ଆଇଣ୍ଡ,  ଅହଲ୍ୟା ନାଏକ, ଅକ୍ଷୟ ନାଏକ ଓ ସଞ୍ଜିବ ପାଟ୍ଟଯୋଷୀ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର