ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ଜୁନ୍‌ ୨୪ରେ

କଟକ : ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । କାଉନସିଲ ହଲ୍‌ରେ ଜୁନ୍‌ ୨୪ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଏଥିପାଇଁ ପରିଷଦର ବୈଠକ ଅନୁଷ୍ଠିତ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର କାଉନସିଲ ଅଫ ଇଣ୍ଡିଆ ରୁଲସ୍‌ର ରୁଲ ୧୨ରେ ଥିବା ବ୍ୟବସ୍ଥା ଏହି ନିର୍ବାଚନରେ ପାଳନ କରାଯିବ। ଜୁନ୍‌ ୨୪ର ଅଧ୍ୟକ୍ଷ ନିର୍ବାଚନରେ ଗୁପ୍ତ ମତଦାନ ବ୍ୟବସ୍ଥା ଲାଗୁ କରାଯିବ। ଭୋଟ ଗ୍ରହଣ ପରେ ବାଲଟ୍‌ ବକ୍ସକୁ ସିଲ୍‌ କରାଯାଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ଦାଖଲ କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବାଲଟ ବାକ୍ସ ଖୋଲା ଯିବ। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଇସ୍ତଫା ଦେଇଥିଲେ। ଏହାପରେ ଅଧ୍ୟକ୍ଷ ପଦ ପୂରଣ ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଦୁଇ ମାସ ଭିତରେ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ କରିବା ଲାଗି ପରିଷଦର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର